ଗୃହ ସଚିବଙ୍କୁ ଭେଟି ସ୍ମିତାରାଣୀଙ୍କ ପାଇଁ ନ୍ୟାୟ ମାଗିଲା ବିଜେପି

ସ୍ମିତାରାଣି ବିଶ୍ୱାଳଙ୍କୁ ହତ୍ୟାକୁ ଆଜି ୭ ଦିନ ପୁରିଲାଣି । ହେଲେ ପୋଲିସ ଯାହା ତଦନ୍ତ କରୁଛି କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କରିଛି । ତାଙ୍କ ବୃତିଗତ ଦିଗକୁ ଜାଣିଶୁଣି ଛାଡିଦେଉଛି ।
ଗତକାଲି ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ
ବୃତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ
ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା
ପାଇଁ ଚାପ ପକାଉଥିଲେ । ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ । ପୋଲିସ ସେହି ଦିଗ ଉପରେ
ତଦନ୍ତ କାହିଁକି କରୁନାହିଁ । ବିଜୁ ପକ୍କାଘର କେଳେଙ୍କାରିକୁ ଲୁଚାଇବା ପାଇଁ ସ୍ମୀତାଙ୍କୁ ହତ୍ୟା କରାଯାଇଛି ଏକଥା ସ୍ପଷ୍ଟ
ଜଣାପଡୁଛି । ଆଗରୁ ବିଭିନ୍ନ ଗଣମାଧ୍ୟମରେ ଧର୍ମଶାଳାର ବ୍ଲକର ଦୁର୍ନିତି କଥା ଲାଗାତାର ଭାବେ ପ୍ରକାଶିତ ହୋଇଛି ।
ସ୍ମୀତାଙ୍କର ମୃତ୍ୟୁ ସେ ଡ୍ୟୁଟିରେ ଥିଲାବେଳେ ହୋଇଛି । ଧର୍ମଶାଳା ବିଡିଓ ଏଯାଏଁ କାହିଁକି ଏଫଆଇଆର ଦେଇନାହାନ୍ତି ।
ଜଣେ ସରକାରୀ କର୍ମଚାରୀ ଭତା ବାଂଟିବାକୁ ଗଲେ, ଆଉ କାର୍ଯ୍ୟାଳୟକୁ ଫେରିଲେ ନାହିଁ ଓ ସେଠାରେ ତାଙ୍କ ମୃତ୍ୟୁ
ହେଲା । ତୃଣମୂଳସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀମାନଙ୍କ ପ୍ରତି ଏପରି ଅତ୍ୟାଚାର ଘଟଣାରେ ମୁଖ୍ୟ ଶାସନ
ସଚିବଙ୍କର ହସ୍ତକ୍ଷେପ ଦାବି କରି ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ
ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଗୃହ ସଚିବଙ୍କୁ ଭେଟିଛନ୍ତି ।
ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ସରକାରୀ ଯୋଜନାକୁ ସାଧାରଣ ଗରୀବ
ଲୋକଙ୍କ ପାଖରେ ପହଂଚାନ୍ତି । ଦେଶର ବିକାଶରେ ଏମାନଙ୍କର ବହୁତ ବଡ ଭାଗିଦାରି ରହିଛି । ଯଦି ଶାସକ ଦଳର
ଗୁଣ୍ଡାମାନେ ସେମାନଙ୍କୁ ଗଣଦୁର୍ଷ୍କମ ସହ ହତ୍ୟା କରିବେ ଓ ସରକାର ତାଙ୍କୁ ନ୍ୟାୟ ଦେଇ ପାରିବ ନାହିଁ ଏହା ଅତ୍ୟନ୍ତ
ର୍ଦୁଭାଗ୍ୟଜନକ ଘଟଣା ହେବ । ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ହିସାବରେ ମୁଖ୍ୟ ଶାନ ସଚିବଙ୍କର ଗୁରୁ ଦାୟୀତ୍ୱ ଅଛି
ତୃଣମୂଳସ୍ତରେ କାର୍ଯ୍ୟ କରୁଥିବାସରକାରୀ କର୍ମଚାରୀ ମାନଙ୍କର ସୁରକ୍ଷା ଯୋଗାଇଦେବା । ତୁରନ୍ତ ଏହି ଘଟଣାରେ ମୁଖ୍ୟ
ଶାସନ ସଚିବ ହସ୍ତକ୍ଷେପ କରି ମୃତକ ସ୍ମିତାରାଣୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ
କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love