ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରଭାବେ ପରିଣତ ହେବ : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୬/୦୧: ଆଜି ରାଜ୍ୟ କାର୍ଯ୍ୟ।।ଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜାତୀୟ ପତାକା ଉତୋଳନ କରିବା ସହ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” ଆହ୍ୱାନରେ ଦେଶବାସୀ ସୁରକ୍ଷିତ ଅଛନ୍ତି । ମୋଦିଜୀଙ୍କ ମୂଳମନ୍ତ୍ରକୁ ସମସ୍ତ ଦେଶବାସୀ ନିଜର କର୍ତବ୍ୟ ଭାବି ପାଳନ କଲେ ଆମ ସମାଜ ସମୃଦ୍ଧ ହେବା ସହ ଆମ ଦେଶ ବିଶ୍ୱରେ ସର୍ବଶ୍ରେଷ୍ଠ ରାଷ୍ଟ୍ରଭାବେ ପରିଣତ ହେବ । ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ସରକାର ସର୍ବଦା ପ୍ରୟାସରତ । ମୋଦି ସରକାରଙ୍କର ଐତିହାସିକ ନିଷ୍ପତି ଦେଶରେ ସାଧାରଣ ଲୋକଙ୍କ ଅଧିକାରକୁ ସୃଦୃଢ କରିଛି । ରାଜ୍ୟର ବଂଚିତ, ଅବହେଳିତ, ପୀଡିତ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି ଜନଜାତି ଏବଂ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରାପ୍ତ ହେଉ ବୋଲି ମୋଦି ସରକାର ସର୍ବଦା ଚିନ୍ତିତ ଥିବାର ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ଶାରଦା ଶତପଥୀ, ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଠାକୁର ରଂଜିତ ଦାସ, ଉମାକାନ୍ତ ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ମହେଶ ମହାନ୍ତି , ପଂଚାନନ ନାୟକ, କୈଳାଶ ନାୟକ, ରଶ୍ମିରଞ୍ଜନ କାନୁନଗୋ, ନିରଞ୍ଜନ ମିଶ୍ର ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love