୧୧ ଦଫା ଦାବୀ ନେଇ ବାସଚ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଗଣଧାରଣା

ଅନୁଗୁଳ, ( ବିକାଶ ଚନ୍ଦ୍ର ସାହୁ ) : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ସମଲ ବୃହତ ନଦୀବନ୍ଧ ଯୋଜନା ଦ୍ୱାରା ସମ୍ପୂର୍ଣ୍ଣ ବାସଚୁ୍ୟତ  ତଥା ଏନ୍.ଏମ୍.ଆର କ୍ୟାଡ଼ରର ୭୯ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ତାରିଖଠାରୁ ହିସାବ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ସମସ୍ତ ବକେୟା ଦରମା ପ୍ରଦାନ ଦାବୀ ସମେତ ମୋଟ ୧୧ ଦଫା ଦାବୀ ।ନେଇ ବାସଚୁ୍ୟତ ଶ୍ରମିକ କର୍ମଚାରୀ ସଂଘ,ସମଲ ବ୍ୟାରେଜ ନେତୃତ୍ୱରେ ଶତାଧିକ ଶ୍ରମିକ ଆଜି ମୂଖ୍ୟଯନ୍ତ୍ରୀ ଏବଂ ଅବବାହିକା ପରିଚାଳକ,ବ୍ରାହ୍ମଣୀ ଅବବାହିକା,ସମଲ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦେଇଥିଲେ ।

ପ୍ରକାଶ ଥାଉକି,ସମଲ ପ୍ରକଳ୍ପ ଦ୍ୱାରା ଶଗଡ଼ିପାଳ, ଲାଙ୍ଗୁଆବେଡା, ବଲାଙ୍ଗି ଏବଂ ବିଜିଗୋଳ ପାଟଣା ଆଦି ୪ଖଣ୍ଡ ଗ୍ରାମ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଥିଲେ । ବିସ୍ଥାପିତ ହୋଇଥିବା ପରିବାର ମଧ୍ୟରୁ ସଠିକ୍ ଥଇଥାନ ନକରାଯାଇ ମାତ୍ର ୮୯ଜଣଙ୍କୁ ଏନ୍.ଏମ୍.ଆର ଭାବେ ଉକ୍ତ ପ୍ରକଳ୍ପରେ ସ୍ୱଳ୍ପବେତନରେ ଖଟା ଯାଉଥିଲା । ତେବେ ବିଗତ ତା୨୪/୦୫/୨୦୦୧ରିଖରେ ବାହାର ଅଣବୁଡ଼ି ଏନ୍.ଏମ୍.ଆର ଭାବେ ୧୨୨୪ଜଣ ଶ୍ରମିକଙ୍କୁ କୋର୍ଟଙ୍କ ଆଦେଶ କ୍ରମେ ପିଛିଲା ତା ୦୨/୦୯/୧୯୯୩ରିଖ ଠାରୁ ୱାର୍କ ଚାର୍ଜ କରି ୧୦ବର୍ଷର ପାଉଣା ପ୍ରଦାନ କରିଥିବାବେଳେ ସମ୍ପୂର୍ଣ୍ଣ ବିସ୍ଥାପିତ ୭୯ଜଣ ବରିଷ୍ଠ ଶ୍ରମିକଙ୍କୁ ଅଣଦେଖା କରାଯାଇଛି । ଏ କ୍ଷେତ୍ରରେ ସରକାରଙ୍କର ଜଳସମ୍ପଦ ବିଭାଗରେ ଶତକଡ଼ା ୫୦ପ୍ରତିଶତ ସ୍ଥାୟୀ ନିଯୁକ୍ତି ନୀତିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ଧାରଣାରତ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାସଚୁ୍ୟତ ଶ୍ରମିକ କର୍ମଚାରୀ ସଂଘ,ସମଲ ବ୍ୟାରେଜ ପକ୍ଷରୁ ୧୧ ଦଫା ଦାବୀ ପୂରଣ ନିମନ୍ତ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି । ଜଳ ସମ୍ପଦ ନୀତିକୁ କାର୍ଯ୍ୟକାରୀ କରିବା,୭୯ଜଣ ବରିଷ୍ଠ ଶ୍ରମିକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଏବଂ ଆର୍ଥିକ ସହାୟତା,୨ଟି କେଶ ମଧ୍ୟରେ ସମ୍ପୃକ୍ତ ନଥିବା ୩ଜଣ ଶ୍ରମିକଙ୍କୁ ବିସ୍ଥାପିତ ଶ୍ରମିକ ହିସାବରେ ନିଯୁକ୍ତି ଏବଂ ବାହାର ଲୋକଙ୍କୁ ନିଯୁକ୍ତିକୁ ବନ୍ଦ କରାଯିବା,ଅର୍ଥ ବିଭାଗର ତା୦୮/୦୮/୨୦୦୧ରିଖର ମନ୍ତବ୍ୟକୁ କାର୍ଯ୍ୟକାରୀ କରାଯିବା,ଅଣବୁଡ଼ି କନିଷ୍ଠ ଶ୍ରମିକଙ୍କ ତୁଳନାରେ ସମ୍ପୂର୍ଣ୍ଣ ବିସ୍ଥାପିତଙ୍କୁ କମ୍ ସୁବିଧାସୁଯୋଗ ମିଳୁଥିବାରୁ ଏହାର ସୁବିଚାର କରାଯିବା,ସଂଘର ସଭାପତିଙ୍କୁ ୨୦୧୦ ମସିହାରେ ବିନା କାରଣରେ ଅଚାନକଭାବେ କୋରାପୁଟ ଏବଂ ୨୦୧୪ ମସିହାରେ ମାଲକାନଗିରିର ଏମ୍.ଭି-୭୯କୁ ବଦଳି କରି ସଭାପତିଙ୍କ କଣ୍ଠରୋଧ କରାଯିବା ପ୍ରସଙ୍ଗର ନିରପେକ୍ଷ ତଦନ୍ତ କରାଯିବା ଓ ତାଙ୍କ ବଦଳି ଆଦେଶକୁ ବାତିଲ କରାଯାଇ ତାଙ୍କ ସର୍ଭିସ ବୁକ୍ ରେଗୁଲାର କରାଯିବା,ଜଳସମ୍ପଦ ସଚିବ ମହୋଦୟ ପୁନଃ ଅର୍ଥବିଭାଗକୁ ଫାଇଲ ପଠାଇବା, ଜଳସମ୍ପଦ ବିଭାଗର ଇସ୍ତାହାର ସଂଖ୍ୟା ୨୧୮୨୫,ତା୦୭/୦୯/୧୯୯୫ରିଖ ଅନୁଯାୟୀ ବିସ୍ଥାପିତଙ୍କ ୫୦% ଭାଗ ସ୍ଥାୟୀ ନିଯୁକ୍ତି ନୀତି ପ୍ରଣୟନ,ଅବସର ନେଉଥିବା ବିସ୍ଥାପିତ କର୍ମଚାରୀ ରହୁଥିବା ବାସଭବନକୁ ଭଡ଼ାରେ ୧୦ବର୍ଷ ପର୍ଯ୍ୟନ୍ତ ରହିବାକୁ ଅନୁମତି ପାଇଁ ଦୃଢ଼ ଦାବୀ କରାଯାଇଛି ।

ତେବେ ସ୍ଥାନୀୟ ବିଧାୟକ ମହେଶ ସାହୁ ଶ୍ରମିକଙ୍କୁ ନ୍ୟାୟଚିତୋ ଦାବୀ ସମ୍ପର୍କରେ ଦୀର୍ଘ ବର୍ଷ ଧରି ପ୍ରଶାସନିକ ଏବଂ ବିଧାନସଭାରେ ପ୍ରଶ୍ନ ଉତଥାପନ କରି ଆସୁଥିବା ସତ୍ୱେ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ଏବଂ ରାଜ୍ୟ ରାଜକୋଷକୁ ମାସିକ୧୨କୋଟିରୁ ଉଦ୍ଧ୍ୱର୍ ଟଙ୍କା ରାଜସ୍ୱ ନେଉଥିବା ବେଳେ ବର୍ଷ ବର୍ଷ ଧରି ଶ୍ରମିକମାନେ ଏଠାରେ ଶୋଷିତ ହେଉଛନ୍ତି ।  ସେହିପରି ସମଲ ନଦୀବନ୍ଧ ଯୋଜନାରେ ବାମ ଓ ଦକ୍ଷିଣ କେନାଲ କରାଯାଇ ଚାଷଜମିଗୁଡ଼ିକୁ ଜଳସେଚନ କରାଯିବାର ପ୍ରକୃତ ଉଦେ୍ଦଶ୍ୟ ରହିଥିଲେ ମଧ୍ୟ ତାହାକୁ ଉପେକ୍ଷା କରାଯାଇ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକୁ ପାଣି ଦିଆଯିବା କେତେ ଯୁକ୍ତିଯୁକ୍ତ ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ଉକ୍ତ ଗଣଧାରଣାରେ ଅଣ ପଞ୍ଜିକୃତ ବାସଚୁ୍ୟତ ଶ୍ରମିକ ଓ କର୍ମଚାରୀ ସଂଘର ସଭାପତି ଅକୁଳି ସାମଲ, ସମ୍ପାଦକ ହରମୋହନ ମିଶ୍ର,ବିଜେପି ନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ମହାନ୍ତିଙ୍କ ସମେତ ଶତାଧିକ ଶ୍ରମିକ ସାମିଲ ହୋଇଥିଲେ ।

ତେବେ ସେମାନଙ୍କର ଦାବୀ ପୂରଣ ନହେଲେ ଶ୍ରମିକମାନଙ୍କ ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯାଇ ସମଲରୁ ଟୋପାଏ ପାଣି ବାହାରକୁ ଛଡ଼ାଯିବ ନାହିଁ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ସମଲ ବ୍ୟାରେଜ,ଆଂଶିକ ବୁଡ଼ି ଅଂଚଳ ସଂଘ ପକ୍ଷରୁ ୩ ଦଫା ଦାବୀ ନେଇ ଏହାର ୱାର୍କ ଚାର୍ଜ କର୍ମଚାରୀଙ୍କ ଛଟେଇ ସମୟର ଦରମାକୁ ସୁରକ୍ଷା ଦେଇ ଦରମାକୁ ପୁନଃ ନିର୍ଦ୍ଧାରଣ କରାଯିବା,ୱାର୍କ ଚାର୍ଜ ହୋଇଥିବା ତାରିଖରୁ ସେମାନଙ୍କ ଚାକିରୀ ବରିଷ୍ଠତା ଭିତିରେ ଗଣ୍ୟ କରାଯିବା ଏବଂ ସ୍ୱତନ୍ତ୍ରତା ଭିତିରେ ସେମାନଙ୍କ ଦାବୀକୁ ବିଚାର କରି ଚାକିରୀକୁ ୨୦୧୪ ମସିହାରୁ ନିୟମିତ ପଦବୀକୁ ନିଆଯିବା ପାଇଁ ମୂଖ୍ୟଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହ ଆଗାମୀ ୧୫ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ପରିବାରସହ ମୂଖ୍ୟଯନ୍ତ୍ରୀ ଏବଂ ଅବବାହିକା ପରିଚାଳକଙ୍କ ସମଲ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ସମଲ ବ୍ୟାରେଜ,ଆଂଶିକ ବୁଡ଼ି ଅଂଚଳ ସଂଘର ସଭାପତି ମୋହନ ଚନ୍ଦ୍ର ସାହୁ, ସମ୍ପାଦକ ଜେନାମଣି ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ତେବେ ଶ୍ରମିକମାନଙ୍କ ସମସ୍ତ ଦାବୀ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ପୁନର୍ବାର ଅବଗତ କରାଯିବ ବୋଲି ସମଲ କାର୍ଯ୍ୟାଳୟର ମୂଖ୍ୟଯନ୍ତ୍ରୀ ପ୍ରକାଶ କରିଛନ୍ତି ।

Spread the love