ଏହି ୬ଟି ନାମଧାରୀ ଝିଅମାନେ ହୋଇଥାନ୍ତି ଅଧିକ ରାଗି, ଛୋଟ ଛୋଟ କଥାରେ ସଂଗେ ସଂଗେ ହୋଇଯାନ୍ତି କ୍ରୋଧିତ

ଶାସ୍ତ୍ରରେ ବିଶ୍ୱାସ ମୂଳରେ ଜଗତ ବୋଲି ବର୍ଣ୍ଣନା କରାଯାଇଛି। ଜନ୍ମ କୁଣ୍ଡଳୀକୁ ଛାଡ଼ିଦେଲେ ଲୋକେ ଅଙ୍କଶାସ୍ତ୍ର, ହସ୍ତରେଖା ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ରରେ ମଧ୍ୟ ବିଶ୍ବାସ ରଖନ୍ତି। ଜ୍ଯୋତିଷ ଶାସ୍ତ୍ରରେ ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରହିଛି ବୋଲି କୁହାଯାଇଛି। ଏହାଦ୍ଵାରା ବ୍ୟକ୍ତିର ଚାଲିଚଳନ, ସ୍ଵଭାବ, ଚରିତ୍ର ବିଷୟରେ ଜଣା ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କିଛି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷରରୁ ସେମାନଙ୍କର କ୍ରୋଧୀ ସ୍ଵଭାବ ବିଷୟରେ ଜାଣି ହୋଇଥାଏ।ଆସନ୍ତୁ ସେହି ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

B ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି। ଏମାନଙ୍କ ମନରେ ଯାହା ରହିଥାଏ, ଏମାନେ ସିଧାସଳଖ କହି ଦେଇଥାନ୍ତି। କିନ୍ତୁ ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି। କ୍ରୋଧିତ ରହିଥିବା ସମୟରେ ଏମାନେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଥାନ୍ତି।

H ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ମଜାଳିଆ ସ୍ଵଭାବର ହୋଇଥାନ୍ତି। ଏମାନେ ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏମାନଙ୍କ ପ୍ରେମ ଯେତେ ଗଭୀର ହୋଇଥାଏ, ଏମାନଙ୍କ କ୍ରୋଧ ମଧ୍ୟ ବହୁତ ଭୟଙ୍କର ହୋଇଥାଏ। ଏମାନଙ୍କର କ୍ରୋଧ ଖୁବ୍ ଶୀଘ୍ର ଶାନ୍ତ ହୋଇ ନଥାଏ। ଏମାନେ ପରିବାର ଲୋକଙ୍କର ଅତିପ୍ରିୟ ହୋଇଥାନ୍ତି।

L ନାମ ଥିବା ଝିଅମାନେ :-

L ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ବହୁତ ଉତ୍ତମ ସ୍ୱଭାବର ଏବଂ ପ୍ରତିଭାଶାଳୀ ହୋଇଥାନ୍ତି। ଏମାନେ ଜୀବନରେ ଆଗକୁ ବଢିବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଥାନ୍ତି। କିନ୍ତୁ ଏମାନେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି, ତେଣୁ ଏମାନଙ୍କର ଏହି ସ୍ଵଭାବ ସଫଳତାରେ ବାଧା ଉତ୍ପନ୍ନ କରିଥାଏ।କିନ୍ତୁ ଏମାନେ କୌଣସି କଠିନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସର୍ବଦା ସକ୍ଷମ ହୋଇଥାନ୍ତି।

P ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଏମାନେ ପ୍ରତ୍ୟେକ ପରିସ୍ଥିତିକୁ ବୁଝି ବିଚାରି କାର୍ଯ୍ୟ କରନ୍ତି। କିନ୍ତୁ ଏମାନେ କ୍ରୋଧିତ ହୋଇଥିବା ସମୟରେ ଏମାନେ କାହାକୁ ମାନନ୍ତି ନାହିଁ। କହିବାକୁ ଗଲେ ଏମାନେ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ।

R ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦରୀ ହେବା ସହିତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। କିନ୍ତୁ ଏମାନେ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। କ୍ରୋଧ ସମୟରେ ଏମାନେ କାହାକୁ ମଧ୍ୟ ବୁଝନ୍ତି ନାହିଁ। ଏହାସହିତ ଏହି ସମୟରେ ଏମାନେ ନିଜର ବାଣୀ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତି ନାହିଁ।

S ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ସ୍ୱଭାବର ହୋଇଥାନ୍ତି। ଏମାନେ ଅଧିକ ବିଶ୍ବାସୀ ମଧ୍ୟ ହୋଇଥାନ୍ତି। ଏମାନେ କୌଣସି କଥା ନିଜ ହୃଦୟରେ ଲୁଚାଇ ରଖନ୍ତି ନାହିଁ। ତେଣୁ ଏମାନେ କ୍ରୋଧ ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ।

Spread the love