ତୁର୍କୀରେ ଭୂମିକମ୍ପ: ଶବ ପୋତିବାକୁ କବରଖାନାରେ ମିଳୁନି ସ୍ଥାନ

ତୁର୍କୀରେ ଭୟଙ୍କର ଭୂମିକମ୍ପରେ ଉଜୁଡିଯାଇଛି ଅନେକ ଧନ ସମ୍ପତ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବର୍ତ୍ତମାନ୍ ଏପରି ପରିସ୍ଥିତି ହୋଇଯାଇଛି ଯେ, ଶବ ପୋତିବା ପାଇଁ ସ୍ଥାନ ମିଳୁନି । ଗୋଟିଏ ସହରରେ ୫ହଜାର ଶବକୁ ପୋତାଯାଇଥିବା ବେଳେ ଆଉ ଶବ ପୋତିବା ପାଇଁ ସ୍ଥାନ ମିଳୁନି । ତୁର୍କୀ ଓ ସିରିଆରେ ଫେବୃଆରୀ ୬ତାରିଖରେ ୭.୮ ତିବ୍ରତାର ସହ ଭୟଙ୍କର ଭୂମିକମ୍ପ ସବୁକିଛିରୁ ଉଜାଡି ଦେଇଛି । ଏବେ ସୁଦ୍ଧା ୩୩ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବକୁ କାର ଏବଂ ଭ୍ୟାନ୍ ସାହାଯ୍ୟରେ କବରଖାନାକୁ ନିଆଯାଉଛି । ଶବ ବୋହୁଥିବା ଗାଡି ଦିନ ରାତି କାମରେ ଲାଗିଛି । କାହିଁକି ନା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି ।

Spread the love