ଆଦାନୀ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ : କହିଲେ, ମାମଲାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ

ଆଦାନୀ ଗ୍ରୁପ ପ୍ରସଙ୍ଗରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରେ ବିଜେପିର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଅମିତ ଶାହା । ଏହି ମାମଲାରେ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବାକୁ ଶାହା ମନା କରିଛନ୍ତି । କିନ୍ତୁ ଏଥିରେ ବିଜେପି କୌଣସି ସମ୍ପର୍କ ନଥିବା ସେ କହିଛନ୍ତିି । ଖବର ସରବରାହ ସଂସ୍ଥା ଏଏନଆଇ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶାହା କହିଛନ୍ତି, ଆଦାନୀ ଗ୍ରୁପ ମାମଲାରେ ଲୁଚାଇବା ପାଇଁ ବିଜେପି ପାଖରେ କିଛି ନାହିଁ କିମ୍ବା ବିଜେପି ଏହାକୁ ନେଇ ଭୟଭୀତ ନାହିଁ । ଆଦାନୀ ଗ୍ରୁପ ଜାଲିଆତି କରି ସେୟାର ମୂଲ୍ୟ ବୃଦ୍ଧି କରିଥିବା ନେଇ ଆମେରୀକିୟ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଲାଣି । ଏହାକୁ ନେଇ ବିରୋଧୀ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏହି ମାମଲାର ଜେପିସି କଂଗ୍ରେସ ତଦନ୍ତ ଦାବି କରିଛି  ।

Spread the love