ମହାଶିବରାତ୍ରି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି: ରାତି ୧୦ରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ!

ଭୁବନେଶ୍ବର: ଆଉ ମାତ୍ର ୩ ଦିନ ପରେ ମହାଶିବରାତ୍ରି। ଆସନ୍ତା ୧୮ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହେବ। ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍ ପୁଲିସ୍। ପ୍ରସ୍ତୁତି ବୈଠକରେ ପୁଲିସ କମିଶନର, ସେବାୟତ, ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ନେତା ବାବୁସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ‌ରାତି ୧୦ ଟା ସମୟରେ ମହାଦୀପ ଉଠିବା ନେଇ ପ୍ରୟାସ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ସମସ୍ତଙ୍କ ସହଯୋଗ ଲୋଡିଥିଲା କମିସନରେଟ୍ ପୁଲିସ । ସେପଟେ ବହୁ ସମସ୍ୟା ଘେରରେ ଲିଙ୍ଗରାଜ ମନ୍ଦିର ଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛି ବ୍ରାହ୍ମଣ ନିଯୋଗ ।

Spread the love