ଦୁଷ୍କର୍ମକାରୀ ବାବା ରାମ ରହିମଙ୍କୁ ବାପା କହି ତାଙ୍କ ସହ କେକ୍ କାଟିଲେ ହନୀପ୍ରୀତ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ରାମରହିମ ଓ ହନୀପ୍ରୀତଙ୍କୁ ଭାଲେଣ୍ଟାଇନ୍ସ ଡେ’ରେ ଏକାଠି ଦେଖିବାକୁ ମିଳିଛି। ପ୍ରେମ ଦିବସରେ ହନୀପ୍ରୀତ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ୧ମିଲିୟନ ଫଲୋୱର୍ସ ହେବାରୁ ସେ କେକ୍ କାଟୁଥିବା ଦେଖାଯାଇଛି। ଭିଡିଓରେ ତାଙ୍କ ସହ ରାମରହିମ କେକ୍ କାଟୁଥିବାର ନଜର ଆସିଛନ୍ତି।

ଭିଡିଓରେ ସେ ରାମରହିମଙ୍କୁ ପାପା ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଆଶୀର୍ବାଦ ପାଇଁ ଆଜି ସେ ସଫଳ ହୋଇଥିବା କହିଛନ୍ତି। ଏହା ସହ ରାମରହିମଙ୍କୁ ଭେଟି ନଥିଲେ ତାଙ୍କ ଜୀବନ ଏତେ ସୁନ୍ଦର ହୋଇନଥାନ୍ତା ବୋଲି ମଧ୍ୟ ହନୀପ୍ରୀତ ଭିଡିଓରେ କହୁଥିବା ଦେଖାଯଇଛି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ ହନୀପ୍ରୀତ ଲେଖିଛନ୍ତି- ଆଜି କୃତଜ୍ଞ ହେବାର ୧ମିଲିୟନ୍ କାରଣ। ଭଲପାଇବା ଦେଇଥିବା ପାଇଁ ମୋ ଇନଷ୍ଟା ପରିବାରକୁ ଧନ୍ୟବାଦ! ଆମ ପରିବାର କେତେ ଶୀଘ୍ର ବଢ଼ିଛି, ତାହା ଦେଖି ମୁଁ ଭାବପ୍ରବଣ ହୋଇପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋର ଗୁରୁ ପାପାଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ, ଯାହାଙ୍କ ବିନା କୌଣସି ମାଇଲଖୁଣ୍ଟ ହାସଲ ହୋଇପାରିବ ନାହିଁ। ଆଜି ମୁଁ ଯେଉଁଠି ବି ଅଛି, ତାହା ଆପଣଙ୍କ ଦୟା ପାଇଁ।

Spread the love