ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ; ପ୍ରଜାମଣ୍ଡଳ ଆନ୍ଦୋଳନଠୁ ଭାଷଣ ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

  • ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ, ଅନୁଗୁଳ ଜିଲ୍ଲାର ବଅଁରପାଳ ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ରୌପ୍ୟ ଜୟନ୍ତୀ ସମାରୋହ ରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
    ୧୯୯୩ରେ ସ୍ଥାପିତ ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ ହେବା ଅତ୍ୟନ୍ତ ଗୌରବର ବିଷୟ । ବଅଁରପାଳର ସାମାଜିକ, ସାଂସ୍କୃତିକ-ବୌଦ୍ଧିକ ଯାତ୍ରାରେ ସରସ୍ୱତୀ ଶିଶୁ  ବିଦ୍ୟା ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ।ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ଓ ଅଗ୍ରଣୀ ଜନନେତା,ବରେଣ୍ୟ ପବିତ୍ର ମୋହନ ପ୍ରଧାନଙ୍କୁ ତାଙ୍କ ସଂଗ୍ରାମ ସମୟରେ, ବ୍ରିଟିଶ ଗୁଳିକୁ ଭୟ ନକରି ବିଶ୍ୱନାଥ ଗଡନାୟକ ସିଂହ ନିଜ ଘରେ ଆଶ୍ରୟ ଦେଇ  ତାଙ୍କର ଦେଶପ୍ରୀତିର ମହାନ୍ ମନୋଭାବକୁ ଦର୍ଶାଇଥିଲେ ।  ଏହି ଯୁଗଜନ୍ମା ବରେଣ୍ୟ ସଂଗ୍ରାମୀମାନଙ୍କୁ ଗଭୀର ସମ୍ମାନ ଓ ପ୍ରଣାମ ଜଣାଇ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ ଧର୍ମେନ୍ଦ୍ର।କୋଇଲା, ବିଜୁଳି, ଆଲୁମିନିୟମ ଯଦି ଦେଶ ଦୁନିଆକୁ ଯାଇପାରୁଛି ତେବେ ଏ ଅଂଚଳରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ , ଅପାର ସମ୍ଭାବନାକୁ ବାସ୍ତବତାରେ ପରିିଣତ କରିବା ଓ  ଅର୍ଥନୀତିକୁ ସଦୃଢ କରିବା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ  ଆହ୍ୱାନ ମଧ୍ୟ ଦେଇଛନ୍ତି।

ଅନୁଗୋଳ ମାଟି ସଂଗ୍ରାମୀ ମାଟି।ପଵିତ୍ରମୋହନ ପ୍ରଧାନଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଜନ୍ମଦେଇ ଏ ମାଟି ଧନ୍ୟ ମନେକରୁଛି।ଅନୁଗୋଳ ରେ ସବୁ ଥାଇ ମଧ୍ୟ କିଛି ନଥିବା ଭଳି ମନେହୁଏ।ରାଜ୍ୟସରକାରଙ୍କ ଅପାରଗତା କାରଣରୁ ଲୋକେ ବହୁ ସୁବିଧାରୁ ବଂଚିତ ହେଉଛନ୍ତି।ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ବଅଁରପାଳ ର ରଜତ ଜୟନ୍ତୀ ସମାରୋହରେ ମନ୍ତ୍ରୀଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ସମେତ ବହୁ ପଦାଧିକାରୀ ଓ ନେତା ଉପଷ୍ଟୋଟ ଥିଲେ।

Spread the love