ଇଞ୍ଜିନିୟର ଶ୍ଵେତା ମୃତ୍ୟୁ ମାମଲା: ବଏଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ

 ପ୍ରେମିକା ମୃତ୍ୟୁ ଘଟଣାରେ ପ୍ରେମିକ ଗିରଫ। ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଖବର ପ୍ରସାରଣ ଦିଗରେ ଅଧିକ ସ୍ପଷ୍ଟତା, ଗଭୀରତା ତଥା ତଥ୍ୟଭିତ୍ତିକ ସହାୟତା ଯୋଗାଇବା ତଥା ଅଭିଜ୍ଞମାନଙ୍କୁ ସାମ୍ବାଦିକମାନଙ୍କ ସହ ଯୋଡ଼ିବା ପାଇଁ ଆଞ୍ଚଳିକ ସାମ୍ବାଦିକମାନଙ୍କୁ ନେଇ ଏକ କର୍ମଶାଳା  ଉଦ୍‌ଘାଟିତ ହୋଇଯାଇଛି । ‘ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ ହାଇଦ୍ରାବାଦ୍‌’ ପକ୍ଷରୁ ‘ଭିଉଜ୍‌ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଉଦ୍‌ଘାଟନ କରି ଶ୍ରୀ ମୋୟର୍‌ ଆହୁରି କହିଛନ୍ତି, ଆଞ୍ଚଳିକ ସାମ୍ବାଦିକମାନଙ୍କୁ ବିଶ୍ଳେଷଣାତ୍ମକ ତଥା ଗବେଷଣାତ୍ମକ ଖବର ପରିବେଷଣ ଦିଗରେ ଏହି କର୍ମଶାଳା ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ନେଚର୍‌ ଇଣ୍ଡିଆ’ର ମୁଖ୍ୟ ସମ୍ପାଦିକା ଶୁଭ୍ରା ପ୍ରିୟଦର୍ଶନୀ, ଜଳବାୟୁ ଓ ପାଣିପା‌ଗ ବିଶେଷଜ୍ଞ ରଞ୍ଜନ ପଣ୍ଡା ଓ ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଗବେଷଣା ଓ ଅଭିଜ୍ଞତାକୁ ବଖାଣିଥିଲେ। ଏଥିସହ ସାମ୍ବାଦିକମାନଙ୍କୁ ଏନେଇ ଅଧିକ ପ୍ରଶିକ୍ଷଣ ଦେଇଥିଲେ । ଭିଉଜ୍‌ ଓଡ଼ିଶାର କାର୍ଯ୍ୟନୀର୍ବାହୀ ନିର୍ଦ୍ଦେଶକ ଏସ୍‌ ଭୀମା ରାଓ କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାମ୍ବାଦିକା ତାଜିନ୍‌ କ୍ୟୁରେସି ସ୍ବାଗତ ଅଭିଭାଷଣ ରଖିଥିଲେ ।

Spread the love