ଆଦିବାସୀ ସଂସ୍କୃତି, ଶିଳ୍ପ, ଖାଦ୍ୟପେୟ ଏବଂ ପାରମ୍ପରିକ କଳାର ହେବ ପ୍ରଦର୍ଶନ

ଆଜି ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ `ଆଦି ମହୋତ୍ସବ‘ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତି, ଶିଳ୍ପ, ଖାଦ୍ୟପେୟ, ବାଣିଜ୍ୟ ଏବଂ ପାରମ୍ପରିକ କଳାକୁ ପ୍ରଦର୍ଶିତ କରାଯିବ ।  ଦେଶବ୍ୟାପୀ ଆଦିବାସୀ ଗୋଷ୍ଠୀର ସମୃଦ୍ଧ ଓ ବିବିଧତାପୂର୍ଣ୍ଣ ଧରୋହର ପ୍ରଦର୍ଶିତ କରାଯିବ । ଏଥିପାଇଁ ଆୟୋଜନ ସ୍ଥାନରେ 200 ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯାଇଛି । ମହୋତ୍ସବରେ ପ୍ରାୟ ଏକ ହଜାର ଆଦିବାସୀ କାରିଗର ଅଂଶଗ୍ରହଣ କରିବେ । ବର୍ଷ 2003 ରୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଉଛି ଯାହା ସହିତ ହସ୍ତଶିଳ୍ପ, ହ୍ୟାଣ୍ଡଲୁମ, ମାଟିର ପାତ୍ର କରିବାର କଳା, ଆଭୁଷଣ କଳା ଆଦି ମଧ୍ୟ ଆକର୍ଷଣ ହେବ। ମହୋତ୍ସବରେ ଆଦିବାସୀ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଶ୍ରୀ ଅନ୍ନକୁ  ମଧ୍ୟ ରଖାଯାଇଛି।

Spread the love