ଆସନ୍ତାକାଲି ଲୋକାର୍ପଣ ହେବ କିସ୍‌ ଦ୍ୱିତୀୟ କ୍ୟାମ୍ପସ୍‌ ସହ ବିଭିନ୍ନ ଷ୍ଟାଡିୟମ

କିସ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍ ତଥା କିସ୍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍କୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‌୍‌ର ବିଭିନ୍ନ ଷ୍ଟାଡିୟମ୍ ଓ ଭିତ୍ତିଭୂମିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କଳିଙ୍ଗ ଟିଭିରେ ଆସନ୍ତାକାଲି ଦିନ ୧୧ଟାରୁ ୧୨ ପର୍ଯ୍ୟନ୍ତ ଦେଖି ପାରିବେ ।
ପୂର୍ବରୁ କିସ୍-ଭୁବନେଶ୍ୱର ଓ କିସ୍ ବିଶ୍ୱବିଦ୍ୟାଳୟର ବୃହତ କ୍ୟାମ୍ପସ୍ ଥିବା ବେଳେ ଏବେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ଉଦ୍ଘାଟିତ ହେବାକୁ ଯାଉଛି । କିସ୍ ବିଶ୍ୱବିଦ୍ୟାଳୟର ଏହି ମେଗା କ୍ୟାମ୍ପସ୍ରେ ଆକାଡ଼େମିକ୍ ବିଲଡିଙ୍ଗ, ବୃହତ ଲାଇବ୍ରେରୀ, ୩ ହଜାର ଛାତ୍ର ରହିବା ଭଳି ଛାତ୍ରାବାସ, ୩ ହଜାର ଛାତ୍ରୀ ରହିବା ଭଳି ଛାତ୍ରୀନିବାସର ବ୍ୟବସ୍ଥା ରହିଛି । ପୂର୍ବରୁ ମଧ୍ୟ ଏଠାରେ ଥିବା ଛାତ୍ରାବାସରେ ୩ ହଜାର ଛାତ୍ର ଓ ଛାତ୍ରୀନିବାସରେ ୩ ହଜାର ଛାତ୍ରୀ ରହୁଛନ୍ତି । ସେହିପରି ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇଣ୍ଡୋର ଷ୍ଟାଡିୟମ ଓ କିଟ୍ କ୍ରିକେଟ ଷ୍ଟାଡିୟମର ଲୋକାର୍ପଣ ହେବ । ଏହା ସହିତ ଦିଲିପ ତିର୍କୀ ହକି ଷ୍ଟାଡିୟମ୍, ଅଭିନବ ବିନ୍ଦ୍ରା ଇନ୍‌ଡୋର ସୁଟିଂ ରେଞ୍ଜ, ରାହୁଲ ବୋଷ ରଗ୍ବୀ ଷ୍ଟାଡିଅମ୍, ଦେବାଶିଷ ଓ ଶିବ ସୁନ୍ଦର ଷ୍ଟାଣ୍ଡ, ବିଶ୍ୱନାଥନ୍ ଆନନ୍ଦ ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍, ଲିଆଣ୍ଡର ପେସ୍ ଟେନିସ୍ ଷ୍ଟାଡିଅମ୍, ଦୂତି ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ୍, ଅମୀୟ ମଲ୍ଲିକ ଆଥଲେଟିକ ଷ୍ଟାଣ୍ଡ, ଶ୍ରାବଣୀ ନନ୍ଦ ଷ୍ଟାଣ୍ଡ, ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍, ପ୍ରମୋଦ ଭଗତ ବ୍ୟାଡ୍ମିଣ୍ଟନ୍ ଇନ୍‌ଡୋର ହଲ୍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୁଟ୍ବଲ୍ ଷ୍ଟାଡିୟମ୍ ଆଦି କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‌୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ।

Spread the love