ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୂଳ ବିଷୟକୁ ନ ଖୋଜି ପ୍ରାୟୋଜିତ କାର୍ଯ୍ୟ କରୁଛି ଶାସକ ଦଳ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଫେବୃୟାରୀ ୧୬ – ଓଡ଼ିଶାରେ ସରକାରୀ ଦଳ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟ କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ମୂଳ ବିଷୟକୁ ନ ଖୋଜି ଶାସକ ଦଳ ପ୍ରାୟୋଜିତ କାର୍ଯ୍ୟ କରୁଛି ବୋଲି ଗଣମାଧ୍ୟମ ପ୍ରଶ୍ନର ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଶାସକ ଦଳର ଅନେକ ମନ୍ତ୍ରୀ ହତ୍ୟା ଓ ବିଭିନ୍ନ କେଳେଙ୍କାରୀରେ ସାମିଲ ଅଛନ୍ତି । ନୈତିକତା କଥା କିଏ କହୁଛି ? ରାଜନୀତିରେ ହିଂସାର୍ ସ୍ଥାନ ନାହିଁ । କିନ୍ତୁ ପ୍ରସଙ୍ଗ କେବଳ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନୁହେଁ । କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ଏଏସଆଇ ହତ୍ୟା କଲେ, ତାହା ହେଉଛି ମୂଳ ବିଷୟ । ଏହି ହତ୍ୟା ଘଟଣାପ ମୂଳ କାରଣକୁ ନଖୋଜି ଶାସକ ଦଳର ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଦୁର୍ଭାଗ୍ୟଜନକ ।

ଓଡିଶା ପୋଲିସକୁ ଜୟ ନାରାୟଣ ମିଶ୍ର ବିଶ୍ୱାସ କରୁନଥିବା କଥା କହିଛନ୍ତି । ଗୃହ ରାଷ୍ଟ୍ର ମନ୍ତ୍ରୀ ପୋଲିସ ଲାଞ୍ଚ ନେଉଥିବା ଯେତେବେଳେ କହିଲେ, ସେହି ସମୟରେ ତାଙ୍କୁ କେହି ସଂସ୍ଥା ବିରୋଧ କରିଥିଲେ କି ? ଅପରପକ୍ଷରେ ପିଏସଓ କେବଳ ଫୋନ ଉଠାଇବା ପାଇଁ ଥିବା କଥା ଆସୁଛି । ସୌମ୍ୟ ବାବୁଙ୍କ ବଳି ବରିଷ୍ଠ ନେତା ଗୋପାଳ ଦାସ ଭଳି ପୋଲିସଙ୍କୁ ଭୟ ଲାଗିବା କଥା କହୁଛନ୍ତି । ଶାସକ ଦଳ ୩ଟି ବଡ଼ ବଡ଼ ପୋଲିସ ଟିମକୁ ଲଗାଇ ପ୍ରାୟୋଜିତ ଭାବେ ଜୟ ନାରାୟଣ ମିଶ୍ରଙ୍କୁ ଭୁଲ ମାଗିବା ପାଇଁ ବାଧ୍ୟ କରୁଛି । ଅଧିକାର ଅନୁସାରେ ଜୟ ନାରାୟଣ ମିଶ୍ର ଗଣତନ୍ତ୍ରର ବିରୋଧୀ ଦଳର ନେତା, କାହାର ଦୟାର ପାତ୍ର ନୁହେଁ । ଆମେ ଛୋଟ ଥାଇପାରୁ କିନ୍ତୁ ବିରୋଧୀ ଦଳ ନେତାଙ୍କୁ ସମାଲୋଚନା କରିବା ପାଇଁ କିଛି ବି ପ୍ରଚେଷ୍ଟା କରିବୁ ଏପ୍ରକାର ଅହଙ୍କାର ଭାବ ରହିବା ଉଚିତ ନୁହେଁ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବଚସ୍କର ନେତା ମାନେ ଅସହିଷ୍ଣୁ ହୋଇପଡିଛନ୍ତି ଏବଂ ପ୍ରାୟୋଜିତ ଯୋଜନା କରୁଛନ୍ତି । ଏହି ନାଟକ ଗଣତନ୍ତ୍ରରେ ବେଶୀ ଦିନ ଚାଲିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love