କଳା ଜରିରେ କଳା ବେପାର, ଅସାଧୁ ସେଓ ବ୍ୟବସାୟୀଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭଲ ପଇସା ଖରାପ ଜିନିଷ। ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ କମିଶନରେଟ ପୋଲିସର ବଡ଼ ଧରଣର ରେଡ଼। ବାଦାମବାଡ଼ି ଥାନାର ରେଡ଼। ନିମ୍ନ ମାନର ଫଳ ବିକ୍ରି ଅଭିଯୋଗ। ଗ୍ରାହକଙ୍କ ଅଭିଯୋଗକୁ ଆଧାର କରି ଚାଲିଛି ଯାଞ୍ଚ। ବିପୁଳ ପରିମାଣରେ ନିମ୍ନ ମାନର ଫଳ ଜବତ। ଦଣ୍ଡି ବଟକରା ତଥା ଅନ୍ୟାନ୍ୟ ଓଜନ ଯନ୍ତ୍ର ଜବତ କଲା ପୋଲିସ। ଦୁଇ ବ୍ୟବସାୟୀଙ୍କୁ ହେପାଜତକୁ ନେଲା ପୋଲିସ। ପଚରାଉଚରା ଆରମ୍ଭ। କଳା ଜରିରେ କଳା ବେପାର। କମିଶନରେଟ ପୋଲିସ ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ବାଦାମବାଡ଼ି ବସଷ୍ଟାଣ୍ଡର ଚାରି ଫଳ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡ଼ି ଥାନା ପୋଲିସ। ନିମ୍ନ ମାନର ସେଉକୁ ନେଇ ଜଣେ ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ। ଗ୍ରାହକ ଭଲ ସେଉ ବାଛିବା ପରେ ବଦଳି ଯାଉ ଥିଲା ଜରି ପ୍ୟାକ। ଭଲ ସେଉ ଭର୍ତ୍ତି କଳା ଜରି ବଦଳରେ ପୂର୍ବରୁ ରଖା ଯାଇ ଥିବା ଖରାପ ସେଉ ଜାରି ଗ୍ରାହକଙ୍କୁ ଧରାଉ ଥିଲେ ଅସାଧୁ ବ୍ୟବସାୟୀ।

Spread the love