ହାଟଭରଣ୍ଡି ଅଞ୍ଚଳରେ ମାଓ ବ୍ୟନାର, ଲୋକଙ୍କ ଟଙ୍କା ନେଇ ଫେରାର୍ ଯୁବକଙ୍କୁ ହତ୍ୟା ଧମକ

ରାଇଘର: ବିଭିନ୍ନ କାମ କରାଇବା ନାଁରେ ନିରୀହ ଜନସାଧାରଣଙ୍କ ଟଙ୍କା ନେଇ ଫେରାର୍ ହୋଇ ଥିବା ଜନୈକ ଯୁବକଙ୍କୁ ୭ ଦିନ ମଧ୍ୟରେ ଟଙ୍କା ନଫେରାଇଲେ ପ୍ରାଜକୋଟରେ ମୃତ୍ୟୁଦଣ୍ଡ ଦିଆଯିବାକୁ ମାଓ ବ୍ୟାନର ମାଧ୍ୟମରେ ଚେତାବନୀ ଦିଆଯାଇଅଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ଠାରେ।ସୂଚନା ଅନୁଯାୟୀ ଗତ କିଛି ବର୍ଷ ଧରି ହାଟଭରାଣ୍ଡି ଅଂଚଳର ଜଣେ ଯୁବକ ଆଖପାଖ ଅଂଚଳର ପ୍ରାୟ ୭ ଗୋଟି ପଞ୍ଚାୟତର ଶତାଧିକ ଆଦିବାସୀଙ୍କୁ ବୀମା କରାଇ ଦେବା ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ କିଛି ଦିନ ପୂର୍ବେ ଶୋଷଣର ଶିକାର ହୋଇଥିବା ଜନସାଧାରଣ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ଏ ଘଟଣାକୁ ନେଇ ମାଓବାଦୀଙ୍କ ପକ୍ଷରୁ ତାଙ୍କର ଘର ସମ୍ମୁଖରେ କିଛି ଦିନ ତଳେ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ବେଳେ ଆଜି ପୁଣି ଥରେ ଏକ ବ୍ୟାନର ମାରି ତୁରନ୍ତ ୭ ଦିନ ମଧ୍ୟରେ ଲୋକଙ୍କ ଟଙ୍କା ନଫେରାଇଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ବ୍ୟାନାର କେଉଁ ସଂଗଠନ ପକ୍ଷରୁ ମରାଯାଇ ଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ l

Spread the love