କିଟ୍‌ ବିଶ୍ୱବିଦ୍ୟାଳୟ ବିଶ୍ୱନାଥନ୍‌ ଆନନ୍ଦ୍‌ ଚେସ୍‌ ହଲ୍‌ରେ ଟ୍ରାଇବାଲ୍‌ ୟୁଥ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମ ଉଦ୍‌ଯାପିତ

କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ନେହରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ଦ୍ୱାରା ଫେବୃଆରୀ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଟ୍ରାଇବାଲ୍‌ ୟୁଥ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ବିଶ୍ୱନାଥନ୍‌ ଆନନ୍ଦ୍‌ ଚେସ୍‌ ହଲ୍‌ଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ।କିସ୍‌ ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରାଯାଇପାରୁଛି ସେ ସମ୍ପର୍କରେ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ। ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମରେ ଦେଶର ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରୁ ୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ।

 

Spread the love