ଆଜି ଠାରୁ କେନ୍ଦ୍ର ପ୍ରଦାନ କରିବ ଜିଏସଟି କ୍ଷତିପୂରଣ ରାଶି, ୫ବର୍ଷ ଧରି ରାଜ୍ୟମାନଙ୍କର ବକେୟା ପଡ଼ିଥିଲା

ଦ୍ରବ୍ୟ ଓ ସେବା କର- ଜିଏସଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗତ ୫ବର୍ଷ ଧରି ରାଜ୍ୟମାନଙ୍କ ବକେୟା ପଡ଼ିଥିବା ଜିଏସଟି କ୍ଷତିପୂରଣ ରାଶିକୁ ଆଜି ଠାରୁ ପ୍ରଦାନ କରିଯିବ। ୬ଟି ରାଜ୍ୟ ପାଇଁ ମୋଟ ୧୬ହଜାର ୯୮୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀରେ ଜିଏସଟି କାଉନ୍‌ସିଲର ୪୯ତମ ବୈଠକ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପେନ୍‌ସିଲ କଟର, ତରଣ ଗୁଡ଼ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।ପେନ୍‌ସିଲ କଟର ଉପରେ ଜିଏସଟି ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ତରଳ ଗୁଡ଼ ଉପରେ ୧୮ ପ୍ରତିଶତରୁ ଶୂନ କିମ୍ବା ୫ପ୍ରତିଶତକୁ ହ୍ରାସ କରାଯାଇଛି। ଏଣିକି ଶସ୍ତା ହେବ ପେନ୍‌ସିଲ କଟର ଓ ପାଣିଆ ଗୁଡ଼। ସେହିପରି ପାନ ମସଲା ଓ ଗୁଟଖା ବ୍ୟବସାୟ ଉପରେ ହେଉଥିବା ଟାକ୍ସ ଚୋରି ରୋକିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଏକ ଆପିଲେଟ ଟ୍ରିବ୍ୟୁନାଲ କମିଟି ଗଠନ କରି ନଜର ରଖିବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଆପିଲେଟ ଟ୍ରିବ୍ୟୁନାଲ ଗଠନ ନେଇ ମନ୍ତ୍ରିମଣ୍ଡଳର ରିପୋର୍ଟରେ ସହମତି ରହିଛି।.

Spread the love