ଖେଳ ଚାଲିଥିବା ବେଳେ ପଡ଼ିଆକୁ ପଶି ଆସିଥିବା ଯୁବକଙ୍କୁ ସୁରକ୍ଷାକର୍ମୀ ଟାଣିଟାଣି ନେଉଥିବା ଦେଖି ଦୌଡ଼ି ଆସିଲେ ମହମ୍ମଦ ସାମି, କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନ୍‌ ଓ ଅକ୍ଷର ‌ପଟେଲ ଚମକିଛନ୍ତି। ଅଷ୍ଟମ ୱିକେଟ୍‌ରେ ଅଶ୍ବିନ ଓ ଅକ୍ଷର ଶତକୀୟ ଭାଗିଦାରୀ ହୋଇପାରିଛନ୍ତି। ଭାରତ ନିଜର ପ୍ରଥମ ଇନିଂସରେ ୨୬୨ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ୍‌ ହରାଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଜାରି ଥିବା ଏହି ମ୍ୟାଚର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ପାଳି ଆଧାରରେ ଅଷ୍ଟ୍ରେଲିଆ ଠାରୁ ୧ ରନ୍‌ ପଛରେ ରହିଛି।

ଦିଲ୍ଲୀରେ ମ୍ୟାଚ ଚାଲିଥିବା ବେଳେ ଜଣେ କ୍ରିକେଟ ଖେଳପ୍ରେମୀ କୌଶଳ କ୍ରମେ ପଡ଼ିଆ ଭିତରକୁ ପଶି ଆସିଥିଲେ। ସେ ଖେଳାଳିଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ସୁରକ୍ଷାକର୍ମୀମାନେ ଧରି ନେଇଥିଲେ। ଆଉ ଟାଣିଟାଣି ପଡ଼ିଆ ବାହାରକୁ ନେବାକୁ ଚେଷ୍ଟା କରୁଥିଲେ।

ଏହି ସମୟରେ ବାଉଣ୍ଡ୍ରି ଲାଇନରେ ଥିବା ମହମ୍ମଦ ସାମି ସୁରକ୍ଷାକର୍ମୀଙ୍କ ନିକଟକୁ ଆସି କହିଥିଲେ, ‘ଉକ୍ତ ଖେଳ ପ୍ରେମୀଙ୍କ ସହିତ ଏଭଳି ବ୍ୟବହାର ନକରି, ତାଙ୍କୁ ବୁଝାଇ ସୁଝାଇ ସୁରକ୍ଷିତ ଭାବେ ପଡ଼ିଆ ବାହାରେ ଛାଡ଼ନ୍ତୁ।’ ଖେଳ ଚାଲିଥିବା ବେଳେ ପଡ଼ିଆ ଭିତରକୁ ଖେଳ ପ୍ରେମୀ ପ୍ରବେଶ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି। ଜଣେଜଣେ ଫ୍ୟାନ  କୌଶଳ କ୍ରମେ ଖେଳ ଚାଲିଥିବା ବେଳେ ପଡ଼ିଆ ଭିତରେ ପ୍ରବେଶ କରି ଖେଳାଳିଙ୍କ ପାଦସ୍ପର୍ଶ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଖୁସି ହେବ ଏମିତି ଘଟଣା ଯେତେ ଥର ବି ଘଟିଛି କୌଣସି ଖେଳାଳି ତାଙ୍କ ଫ୍ୟାନଙ୍କ ଏଭଳି ଅଦ୍ଭୁତ କାମରେ ବିରକ୍ତ ହୁଅନ୍ତି ନାହିଁ। ବରଂ ବୁଝାଇ ସୁଝାଇ ପଡ଼ିଆରୁ ବାହାରକୁ ଯିବାକୁ କହିଥାଆନ୍ତି।

Spread the love