ବିଜେଡ଼ି  ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ

ଏକମାସ ଧରି ଚାଲିଥିବା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଆଜି ହେଉଛି ଅନ୍ତିମ ଦି। ଏହି ଅବସରରେ ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ବିଜେଡ଼ି  ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ ।

ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହେବାକୁ ଯାଉଛି । ଏଥିପାଇଁ ଦଳ ପକ୍ଷରୁ ସାଲିଆ ସାହିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଲୋକଙ୍କ ଆଶୀର୍ବାଦ ଏବଂ କର୍ମୀମାନଙ୍କ ପରିଶ୍ରମ ମୋତେ ପୁନଶ୍ଚ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଦେଇଛି ।

Spread the love