୩ ଗାଡ଼ିକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କୋଏଲିବେଡ଼ା ଠାରେ ପୁଣି ଥରେ ମାଓବାଦୀମାନେ ନିଜର ପତିଆରାକୁ ଜାହିର କରିଛନ୍ତି। ମାଓ ପ୍ରବଣ ତଥା ନକ୍ସଲ ପ୍ରଭାବିତ କୋଏଲିବେଡା ବ୍ଲକରେ ହଇଚଇ ସୃଷ୍ଟି କରିଛନ୍ତି। ବିଳମ୍ବିତ ରାତିରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ତିନିଟି ଯାନକୁ ମାଓବାଦୀମାନେ ଜାଳି ଦେଇଛନ୍ତି।ଏହି ଘଟଣା ପରେ କଣ୍ଟ୍ରାକ୍ଟରଙ୍କ ଚରମ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। କଣ୍ଟ୍ରାକ୍ଟର ପୁଲିସକୁ ନ ଜଣାଇ ଏବଂ କୈାଣସି ସୁରକ୍ଷା ବିନା, ମାଓପ୍ରବଣ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିଲା, ଯେଉଁ କାରଣରୁ ମାଓବାଦୀ ଏହି ଘଟଣାକୁ ସହଜରେ ଘଟାଇଛନ୍ତି। ମାଓ ପ୍ରଭାବିତ ଗାଟକଲରୁ ମେଣ୍ଡ୍ରି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶନିବାର ବିଳମ୍ବିତ ରାତ୍ରରେ ୧୦ ରୁ ୧୫ ଜଣ ମାଓବାଦୀ ଆସି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଜେସିବି ଏବଂ ଗୋଟିଏ ମିକ୍ସର୍ ମେସିନ୍ ଜାଳି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ଏବଂ ଶ୍ରମିକମାନଙ୍କୁ କାମ ନକରିବାକୁ ଧମକ ଦେବା ସହିତ ମୋବାଇଲ ମଧ୍ୟ ଲୁଟି ନେଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି।

Spread the love