ବ୍ରହ୍ମପୁରରେ ବଦଳୁଛି କି ସମୀକରଣ? ରାଜନୀତିରେ ସିଦ୍ଧାନ୍ତ ମହାପାତ୍ର ପୁଣି ସକ୍ରିୟ ହେବା ପରେ ପତିଆରା ଦେଖାଇଲେ ଗୋପାଳପୁର ବିଧାୟକ

ବିଧାନସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ଗଞ୍ଜାମ ଜିଲ୍ଲାରେ ନେତାଙ୍କ ମଧ୍ୟରେ ପତିଆରା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପ୍ରଦୀପଙ୍କ ଉପରେ ଫୁଲବର୍ଷା ହୋଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଫୁଲବର୍ଷା କରିଛନ୍ତି ସମର୍ଥକ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଖୋଡ଼ାସିଂରେ ପହଁଚିବା ପରେ ପ୍ରଦୀପଙ୍କୁ ଫୁଲ ବର୍ଷା କରି ସ୍ୱାଗତ କରିଛନ୍ତି କର୍ମୀ । ଯାହା ଏବେ ଭାଇରାଲ ହେଉଛି । ତେବେ ବିଜେଡିରୁ ବହିଷ୍କୃତ ହେବା ପରେ କିଛି ଦିନ ପାଇଁ ରାଜନୀତିରେ ସକ୍ରିୟ ନଥିଲେ ପ୍ରଦୀପ । ଏବେ ୨୦୨୪ ନିଜ ପାଖେଇ ଆସିବାରୁ ନିର୍ବାଚନମଣ୍ଡଳିରେ ଆଧିପତ୍ୟ ଜାହିର କରୁଛନ୍ତି । ସେପଟେ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କିଛି ଦିନ ତଳେ ଗଞ୍ଜାମରେ ପହଞ୍ଚିଥିଲେ । ୪ବର୍ଷ ପରେ ସିଦ୍ଧାନ୍ତ ଦଳୀୟକର୍ମୀଙ୍କ ସମେତ ଘନ ଘନ ଆଲୋଚନା କରିବା ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା । କୁହାଯାଉଛି ପ୍ରଦୀପଙ୍କୁ କାଉଁଟର କରିବା ପାଇଁ ବିଜେଡି ସିଦ୍ଧାନ୍ତଙ୍କ ସହାୟତା ନେବାକୁ ଚେଷ୍ଟା କରୁଛି । ଏପରିକି ଗୋପାଳପୁରରେ ପ୍ରଦୀପଙ୍କ ବିରୋଧରେ ସିଦ୍ଧାନ୍ତଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି । ଆଉ ଏବେ ଏହାର ଜବାବ ଦେବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Spread the love