ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଜାଦେଜା

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଇବେ। ବ୍ୟକ୍ତିଗତ କାରଣରୁ ରୋହିତ ପ୍ରଥମ ଦିନିକିଆରେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ଦିଲ୍ଲୀ ଟେଷ୍ଟ ଶେଷ ହେବାର କିଛି ଘଣ୍ଟା ପରେ ବିସିସିଆଇ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ମଧ୍ୟ ଦଳ ଘୋଷଣା କରିଛି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମ ଥର ପାଇଁ ବିନା ମୁଖ୍ୟ ଚୟନକର୍ତ୍ତାରେ ଦଳ ଘୋଷଣା କରିଛି । ଏକ ଷ୍ଟିଙ୍ଗ ଅପରେସନ ପରେ ଚେତନ ଶର୍ମା ନିକଟରେ ନିଜ ପଦରୁ ଇସ୍ତଫା ଦେଇଥିଲେ, ଯାହାକୁ ବିସିସିଆଇ ଗ୍ରହଣ କରିଥିଲା।ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ଶୃଙ୍ଖଳାକୁ ଫେରିଛନ୍ତି। ଜାଡେଜା ନିକଟରେ ଆଘାତରୁ ସୁସ୍ଥ ହୋଇ ଟେଷ୍ଟ ସିରିଜରେ ଭଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଙ୍ଗାରୁ ବିପକ୍ଷରେ ଭାରତ ୨-୦ରେ ଆଗୁଆ ରହିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ସ୍ପିନର ଭାବେ ଦଳରେ ସ୍ଥାନ ମିଳିଥିବା ବେଳେ ଆର ଅଶ୍ୱିନ ଆଉଟ୍ ହୋଇଛନ୍ତି । ଇଶାନ କିଶନ ଜଣେ ୱିକେଟକିପର ଭାବେ ସ୍ଥାନ ପାଇଛନ୍ତି । ସେହିପରି ଜୟଦେବ ଉନାଡକଟ ଦଳରେ ସ୍ଥାନ ପାଇଛନ୍ତି ।

Spread the love