ବିଧାୟକ ପ୍ରଦୀପଙ୍କୁ ଫୁଲରେ ସ୍ବାଗତ କଲେ ସମର୍ଥକ

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ପାଣିପାଗ କ୍ରମଶଃ ଉଷ୍ମ ହେବାରେ ଲାଗିଛି। ବିଜେଡିରୁ ବିହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବେ ନିଜ ନିର୍ବାଚନମଣ୍ଡଳୀରେ ଜନସମର୍ଥନ ଯୋଗାଡ଼ କରି ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି। ଗତକାଲି ମହାଶିବରାତ୍ରି ଅବସରରେ ବିଧାୟକ ପ୍ରଦୀପ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୋଡ଼ାସିଙ୍ଗିର ଏକ ମନ୍ଦିରକୁ ଆସିଥିଲେ। ଏହି ଅବସରରେ ସମର୍ଥକମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ସମର୍ଥକମାନେ ବିଧାୟକଙ୍କ ଉପରେ ଫୁଲବର୍ଷା କରି ଭବ୍ୟ ସ୍ବାଗତ କରିଥିଲେ। ଗତ କିଛି ମାସ ଧରି ବିଧାୟକ ପ୍ରଦୀପ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମର୍ଥକ ଯୋଗାଡ଼ରେ ଲାଗି ପଡ଼ିଛନ୍ତି।

Spread the love