ଆସନ୍ତା କାଲିଠୁ ଆରମ୍ଭ ହେବ ଆଦିବାସୀ ମେଳା, ମାର୍ଚ୍ଚ ୧ ଯାଏ ଚାଲିବ

ଆସନ୍ତା କାଲିଠୁ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଫ୍ରେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୧ ଯାଏ ଚାଲିବ ମେଳା। ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୩ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକ ମାନେ ନିଜ ହାତ ତିଆରି ଜିନିଷ ନେଇ ଆସିଛନ୍ତି ଏହି ମେଳାକୁ। ଆଦିବାସୀ ସଂପ୍ରଦାୟର ହାତ ତିଆରି ଜିନିଷକୁ ବିକ୍ରି କରିବାକୁ ସରକାର୍ ସବୁ ବେଳେ ବିଭିନ୍ନ ବଜାର ଯୋଗାଇ ଦେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଆଦିବାସୀ ମେଳାରେ ଷ୍ଟଲ ଗୁଡ଼ିକରେ ନିଜ ନିଜର ଜିନିଷ ରଖିବା ଆରମ୍ଭ କରି ସାରିଲେଣି । କରୋନା କଟକଣା ନଥିବାରୁ ମେଳାରେ ଅଧିକ ସଂଖ୍ୟାରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ମେଳା ପରିସରରେ ମୋଟ୍‌ ୩ଟି ଫାଟକ ରହିବ। ସେଥିମଧ୍ୟରୁ ୨ଟି ଫାଟକ ପ୍ରବେଶ ପାଇଁ ରହିବ ଏବଂ ଗୋଟିଏ ଫାଟକ ପ୍ରସ୍ଥାନ ପାଇଁ ରହିବ।

Spread the love