ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାଛଡା ଅନ୍ତର୍ଜାତୀୟ ସ୍ତରରେ ୬ ନଂ ସ୍ଥାନରେ ରହିଛନ୍ତି କୋହଲି । ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାରରୁ ଅଧିକ ରନ୍ ସ୍କୋର କରିଥିବା କୋହଲି ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୨୫ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୩୪,୩୫୭ ରନ୍ ସ୍କୋର କରିବାରେ ତେନ୍ଦୁଲକର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତେନ୍ଦୁଲକର ୫୭୭ ତମ ଇନିଂସରେ ଏହି ରେକର୍ଡ କରିଥିଲେ । କିନ୍ତୁ ବିରାଟ ୫୪୯ ଇନିଂସରେ ଏହି ରେକର୍ଡ ସମକକ୍ଷ ହୋଇଛନ୍ତି ।

ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରୁ ଅଧିକ ରନ୍ ସ୍କୋର କରିବାରେ କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୫୪୯ ଆନ୍ତର୍ଜାତୀୟ ଇନିଂସରେ ୨୫ ହଜାର ରନ୍ ପୂରଣ କରିଥିବାବେଳେ ସଚିନଙ୍କୁ ଏହି ରନ୍ ହାସଲ କରିବାକୁ ୫୭୭ ଇନିଂସ ଖେଳିବାକୁ ପଡିଥିଲା । କୋହଲି ୩୧୩୧୩ ବଲ୍‌ ଖେଳି ୨୫ ହଜାର ରନ୍‌ ପୂରଣ କରିଛନ୍ତି। ୨୦୦୮ରେ ଡେବ୍ୟୁ କରିଥିଲେ ବିରାଟ । କ୍ରିକେଟର ୩ଟି ଯାକ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦିକିନିଆ ସବୁଠାରୁ ଦ୍ରୁତ ୧୧ ହଜାର ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ ତାଲିକା ଶୀର୍ଷରେ ରହିଛନ୍ତି ବିରାଟ । କୋହଲି ଟେଷ୍ଟରେ ଏପର୍ଯ୍ୟନ୍ତ ୮୧୯୫ ରନ୍‌ କରିସାରିଛନ୍ତି । ସେହିପରି ଦିନିକିଆରେ ୧୨୮୦୯, ଟି ୨୦ରେ ୪୦୦୮ ରନ୍‌ କରିସାରିଛନ୍ତି ।

ସଚିନ ତେନ୍ଦୁଲକର ୧୦୦ଶତକରେ ୩୪୩୫୭ ରନ ସ୍କୋର କରିବାରେ ସଫଳ ହୋଇଥିବାବେଳେ ୬୬୪ ଟି ମ୍ୟାଚର ୭୮୨ ଇନିଂସରେ ବ୍ୟାଟିଂ କରିଥିଲେ। ତେବେ ଏହି ଲିଷ୍ଟରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଦ୍ୱିତୀୟ ନମ୍ବରରେ ରହିଛନ୍ତି । ସେ ୨୮୦୧୬ ରନ୍ ସ୍କୋର କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ୨୭୪୮୩ ରନ୍ ସ୍କୋର କରି ରିକି ପଏଣ୍ଟିଂ , ଜୟୱାର୍ଡେନ ୨୫୯୫୭ ରନ୍, ଜ୍ୟାକ୍ କଲିସ୍ ୨୫୫୩୪ ରନ୍ ସ୍କୋର କରିଛନ୍ତି।

Spread the love