ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡା, ପାଟକୁରା ମୁଖ୍ୟ ରାସ୍ତାରେ ଉତ୍ତେଜନା । ହାଇୱା ଗାଡି ଧକ୍କାରେ ଲକ୍ଷ୍ମଣ ମଲ୍ଲିକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାତିଲେ ଲୋକେ । ପୋଡାଜଳା କରିବା ସହ ଟ୍ରକକୁ ଭାଙ୍ଗିଲେ । ସୂଚନା ଅନୁସାରେ ବାଲି ଖାଦାନରୁ ବାଲି ଉଠେଇ ଯାଉଥିବା ହାଇୱା ଟ୍ରକ୍ ଖାଦାନରେ ଲକ୍ଷ୍ମଣ ମଲ୍ଲିକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଲୋକେ ରାଗି ଖାଦାନ ଅଫିସକୁ ପୋଡି ଦେବା ସହ ଟ୍ରକ୍ ଗୁଡିକୁ ଭାଙ୍ଗିରୁଜି ନଷ୍ଟ କରିଛନ୍ତି । ଏହା ସହ ଟାୟାର ଜାଳି ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

Spread the love