ସପ୍ତମ ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯ଼ାପିତ- ନୃତ୍ୟଗିତରେ ଦର୍ଶକଙ୍କ ସମେତ ଜିଲ୍ଲାପାଳ ଝୁମିଲେ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) : ଅନୁଗୁଳ ଷ୍ଟାଡିୟମ ପରିସରରେ ୩ ଦିନ ଧରି ଚାଲି ଥିବା ସପ୍ତମ ଜିଲ୍ଲା ମହୋତ୍ସବ ବୁଧବାର ଦିନ ଉଦଯ଼ାପିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବର ଉଦଯ଼ାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କର ପୂର୍ତ୍ତ,ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ନିଜ ବକ୍ତବ୍ୟରେ ଅନୁଗୁଳ ଜିଲ୍ଲା ପାଇଁ ପରିବେଶ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ଏବଂ ଏଥିପାଇଁ ପ୍ରାଥମିକତା ଦେବା ନିତ୍ୟାନ୍ତ ଜରୁରୀ ବୋଲି କହିବା ସହ ସବୁଜ ସୁନ୍ଦର ଅନୁଗୁଳ ଜିଲ୍ଲା ପାଇଁ କେନ୍ଦ୍ର ସରକାର କୌଣସି ସାହାଯ୍ୟ ଯୋଗାଇ ଦେଉନାହିଁ  ।

ତେଣୁ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ସବୁଜ ବିପ୍ଳବ ଆଣିବା ଦରକାର ବୋଲି ପ୍ରକାଶ କରିଥିଲେ ।  ଏଥିରେ ମୁଖ୍ୟବକ୍ତା ଭାବେ ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥି ଯୋଗ ଦେଇ ସଂସ୍କୃତି ମାନେ ନାଚ,ଗୀତ ଓ ସିନେମା ନୁହଁ । ଆମେ ଯାହା କହୁଛେ ଓ ଯାହା କରୁଛେ ତାହା ଆଗାମୀ ଦିନରେ ସଂସ୍କୃତିକୁ ଗଢ଼ିବ ବୋଲି ପ୍ରକାଶ କରିଥିଲେ । ତତ୍ ସହିତ ଲୋକଙ୍କ ଆଚାର ବ୍ୟବହାର ଓ ଅର୍ଥନୈତିକ କାରବାରକୁ ନେଇ ଆଗାମୀ ସଂସ୍କୃତି ଗଠନ ହେବ ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ତଥା ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Zilla Mohatsav Zilla Mohatsav

ଉଦଯାପନୀ ସନ୍ଧ୍ୟାରେ ଭୁବନେଶ୍ୱର ଓଡିଶୀ ନୃତ୍ୟଶାଳାର କଳାକାର , ସୋନପୁରର ସମ୍ବଲପୁରୀ ନୃତ୍ୟ , ଭୁବନେଶ୍ୱର ଜିଲ୍ଲା ସଂସ୍କୃତି ପରିଷଦ , କଟକ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଢ଼େଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ ଓ ବ୍ଳକ କଳା ସଂସ୍କୃତି ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ତତ୍ ସହିତ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା , ସୋନିଆଁ ଏବଂ ଜାଗୃତି ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିବା ବେଳେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅମ୍ରିତା ଏବଂ ବର୍ଣ୍ଣାଳୀ ସଙ୍ଗୀତ ପରିବେଷଣ କରିଥିଲେ । ଯାହାଙ୍କ ନୃତ୍ୟ ଗିତରେ ଦର୍ଶକ ମତୁଆଲା ହୋଇଥିବା ବେଳେ ଖୋଦ ଜିଲ୍ଲାପାଳ ମଧ୍ୟ ଝୁମିବାର ଦେଖିବାକୁ ମିଳିଥିଲା । ଉଦଯାପନୀ ଉତ୍ସବରେ ଅନୁଗୁଳ ଜିଲ୍ଲାର ୩ ଜଣ ସଫଳ ଚାଷୀ ଆଠମଲ୍ଲିକ ବ୍ଲକର ଲମ୍ବୋଦର ବେହେରା , ବଅଁରପାଳ ବ୍ଲକର ମିଥୁନ ପ୍ରଧାନ , ଛେଣ୍ଡିପଦା ବ୍ଲକର ବିରେନ କୁମାର ସାହୁ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଡି ଆର ଡି ଏର ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love