ଫନି ବାତ୍ୟାଜନିତ ପ୍ରସ୍ତୁତ ୩ଲକ୍ଷ ୮୯ହଜାର ଘର ଭଙ୍ଗା ତାଲିକାରେ ବ୍ୟାପକ ଜାଲିଆତି : ବିଜେପି

ଫନି ବାତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତମାନ ସୁଦ୍ଧା କ୍ଷତିପୂରଣ ପାଇନାହାନ୍ତି । ବାତ୍ୟାରେ ଭାଙ୍ଗିଥିଲେ ବି ସରକାରୀ ତାଲିକାରେ ସେମାନଙ୍କ ନାମ ନଥିବାରୁ ଘରଭଙ୍ଗା କ୍ଷତିପୁରଣ ପାଇବା ତାଙ୍କ ପାଇଁ ସ୍ୱପ୍ନ ହୋଇଛି । ଫନି ବାତ୍ୟାଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁ୍ଯାୟୀ ପୂର୍ଣ୍ଣ, ଗୁରୁତର ଓ ଆଂଶିକ ୩ ପ୍ରକାର ଭାବେ ପ୍ରସ୍ତତୁ ହୋଇଥିବା ଘର ଭଙ୍ଗା ସଂଖ୍ୟା ୩ ଲକ୍ଷ ୮୯ ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଅଛି । ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣରୁ ବଂଚିତ କରାଯାଇ ଶାସକ ଦଳ ଦଳୀୟ ଭିତିରେ ଘର ଭାଙ୍ଗିନଥିବା ଲୋକଙ୍କୁ ତାଲିକାଭୁକ୍ତ କରିଛନ୍ତି । କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତିରେ ବ୍ୟାପକ ଜାଲିଆତି ପ୍ରସଙ୍ଗରେ, ପୂର୍ବ ପ୍ରସ୍ତୁତ କ୍ଷତିଗ୍ରସ୍ତ ତାଲିକାକୁ ସାର୍ବଜନୀନ, ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ତାଲିକାଭୁକ୍ତ କରି ଘରଭଙ୍ଗା ଅର୍ଥ ପ୍ରଦାନ ଦାବୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପଦୀପ ଜେନାଙ୍କୁ ଭେଟିଥିଲା । ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଶାରଦା ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ
ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ । ପ୍ରସ୍ତୁତ ହୋଇଥିବା ଘର ଭଙ୍ଗା ସଂଖ୍ୟା ୩ଲକ୍ଷ ୮୯ହଜାର ମଧ୍ୟରୁ ବିଶେଷତଃ ୧ଲକ୍ଷ ୮ହଜାର ଘରକୁ ଗୁରୁତର କ୍ଷତି ଦର୍ଶାଇ ଘର ପିଛା ୯୫ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନଷ୍ପି ତି ନେଇଥିବାବେଳେ ଏଥିରେ ସର୍ବାଧିକ ଅନିୟମିତତା ହୋଇଛି । ଏହି କାରଣରୁ ଏହାର ପୁନଃ ତଦନ୍ତ କରାଯାଇ ୧୪ଟି ଜିଲ୍ଲାରେ ତହସିଲବାରୀ ସଂଶୋଧନ ତାଲିକା ପ୍ରସ୍ତୁତ କରାଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ
ନିକଟରେ ବିଜେପି ଦାବୀ କରିଛି । ଯାହା ଫଳରେ ବଂଚିତ ହୋଇଥିବା ପ୍ରକୃତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇ ପାରିବେ ।
ପ୍ରକାଶ ଥାଉକି ଫନି ବାତ୍ୟା ପୂର୍ବରୁ ଏବଂ ପରେ ୩ଟି ପର୍ଯ୍ୟାୟରେ ସମୁଦାୟ ୩ହଜାର ୩୩୮ କୋଟି ଟଙ୍କାର କେନ୍ଦ୍ରୀୟ
ସହାୟତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି । ମାତ୍ର ରାଜ୍ୟ ସରକାର ତାଲିକାକୁ ବଢେଇ ଦଳୀୟ ଭତି ିରେ ସହାୟତା ଟଙ୍କାକୁ ବାଂଟି ଦେଇ ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାରୁ ବଂଚିତ କରିଛନ୍ତି । ପୁରୀ ସମେତ ୧୪ ଜିଲ୍ଲାରେ ପ୍ରତିଦିନ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ କ୍ଷତିଗ୍ରସ୍ତ ଗରୀବ ଲୋକ ଦରଖାସ୍ତ ଧରି ଦୈାଡୁଥିବାବେଳେ ଶୁଣିବାକୁ କେହି ନାହିଁ ବୋଲି ରାଜ୍ୟ
ଉପସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ପ୍ରତିନିଧି ଦଳର ଅଭିଯୋଗ ଓ ଆଲୋଚନା ପରେ ସ୍ୱତନ୍ତ୍ର ରଲିଫ କମିଶନର ଶ୍ରୀ ଜେନା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ
ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love