ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ

ମହିଳାଙ୍କ ପରେ ପୁରୁଷ ଦେଖାଇଲେ ଜଲୱା । ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ । କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଲଲିତ ଓ ରୂପିନ୍ଦର ୨ଟି ଲେଖାଏଁ ଗୋଲ କରିଥିବା ବେଳେ ଆକାଶଦୀପ, ନୀଳକାନ୍ତ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିଭଳି ହୋମଗ୍ରାଉଣ୍ଡରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ ଦେଇ ଦର୍ଶକଙ୍କ ମନ ଜିଣିଥିଲେ । ପ୍ରଥମରୁ ଆକମ୍ରଣାତ୍ମକ ଷ୍ଟାଇଲରେ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ କ୍ୱାର୍ଟର ଶେଷରେ ୭-୧ ଗୋଲରେ ଏହି ମ୍ୟାଚକୁ ବାଜି ମାରିନେଇଥିଲା l

Spread the love