ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ

କଟକ ଖାନନଗରରେ ଚାଲିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ। ଆଜି ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ନୂଆ ବସଷ୍ଟାଣ୍ଡରେ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓବିସିସି ଓ ଆର ଆଣ୍ଡ ବି ପଦାଧିକାରୀ ମଧ୍ୟ ଏହି ସମୀକ୍ଷାରେ ସାମିଲ ଥିଲେ। କଟକ ରିଂ ରୋଡ଼ ପ୍ରଶସ୍ତିକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆରଡିସି ଅଫିସରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଓ ଏନଏଚଆଇର ବହୁ ପଦାଧିକାରୀ ଯୋଗ ଦେଇଥିଲେ। ଏହା ପୂର୍ବରୁ ସିଡିଏ ଅଫିସରେ ଆୟୋଜିତ ବୈଠକରେ ବସଷ୍ଟାଣ୍ଡ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନୁଷଙ୍ଗିକ ରାସ୍ତା ଓ ଜାତୀୟ ରାଜପଥ ସଂଯୋଗ ରାସ୍ତା କାମକୁ ନେଇ ସାମାନ୍ୟ ସମସ୍ୟା ରହିଥିଲା। ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଏ ନେଇ ଆଲୋଚନା ହେବା ସହିତ ବସଷ୍ଟାଣ୍ଡ ବାହାରିବା ରାସ୍ତା ସମେତ ଲିଙ୍କରୋଡ଼ ସଂଯୋଗ ରାସ୍ତା ମାର୍ଚ୍ଚ ମାସ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିବା ଆରଡିସି ଓ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Spread the love