ଜଗଦଲପୁରରୁ ହାୱଡା ସମଲେଶ୍ବରୀ ଓ ରାଜ୍ୟରାଣୀ ଏକ୍ସପ୍ରେସ୍ ବାତିଲ

ଚକ୍ରଧରପୁର ରେଳ ଡିଭିଜନ ଅର୍ନ୍ତଗତ ବାମାରା ଠାରେ ଯାତ୍ରୀବାହୀ ଟ୍ରେନ ରଖିବା ଦାବିରେ ସୋମବାର ଜନସାଧାରଣ ଆନ୍ଦୋଳନର ପ୍ରଭାବ ପଡ଼ିବ‌ା ସହ ବହୁ ଟ୍ରେନକୁ ଦକ୍ଷିଣ-ପୂର୍ବ ରେଳପଥ ବାତିଲ କରିବା ସହ ବହୁ କ୍ଷତି ସହିବାକୁ ରେଳବିଭାଗକୁ ପଡ଼ିଛି। ଏଥି ପାଇଁ ଆଜି ହାୱାଡରୁ  ଟ୍ରେନ ନଂ ୧୮୦୦୫ ହାୱଡା–ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍, ରାଉରକେଲାରୁ ଟ୍ରେନ ନଂ ୧୮୧୦୭ ରାଉରକେଲା-ଜଗଦଲପୁର ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି।

ଟ୍ରେନ ନଂ ୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଓ ୨୫ତାରିଖ ଦିନ ଟ୍ରେନ ନଂ ୧୮୦୦୬ ଜଗଦଲପୁର-ହାୱଡା ଟ୍ରେନକୁ  ଜଗଦଲପୁରରୁ କରିବାକୁ ଥିବା ଚଳାଚଳକୁ ବାତିଲ କରାଯାଇଥିବା ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତାକାଲି ଜଗଦଲପୁରରୁ ଛାଡୁଥିବା ଟ୍ରେନ ନଂ ୧୮୦୦୬ ଜଗଦଲପୁର-ହାୱଡା ଟ୍ରେନର ଯୋଡି ଟ୍ରେନ ବିଳମ୍ବରେ ଚାଳୁଥିବା କାରଣରୁ ନିର୍ଦ୍ଧାରିତ ୫ଘଣ୍ଟା ବଦଳରେ ପୁନଃ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ବି ବିଳମ୍ବରେ ଚାଳିବ ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Spread the love