ମୁଖ୍ୟ ଶାସନ ସଚିବଙ୍କ ଗୁପ୍ତେଶ୍ୱର ପରିଦର୍ଶନ

ବୈପାରିଗୁଡା: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତରେ ଆସି ଆଜି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପରିଦର୍ଶନ କରିଛନ୍ତି। ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିବା ସହ ସାବେରୀ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ମାଷ୍ଟର ପ୍ଲାନକୁ ନେଇ ଆଲୋଚନା କରିଥିଲେ।ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ଗୁପ୍ତେଶ୍ୱର ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବରୁ ମଞ୍ଜୁର କରାଯାଇଥିବା ଅର୍ଥରୁ ବିଭିନ୍ନ କାର୍ଯ୍ୟ ସରିଆସିଲାଣି। ବିଶେଷ କରି ଘାଟି କଟାଯାଇ ରାସ୍ତା ସମତଳ କରାଯାଇଛି। ଗାଡ଼ି ପାର୍କିଂ ସ୍ଥଳରୁ ନଦୀ ଘାଟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁରହିଛି। ଗୁମ୍ଫା ଯାଏ ପହଞ୍ଚିବା ପାଇଁ ପାହାଚର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗକୁ ଆହୁରି ଅର୍ଥ ମଞ୍ଜୁର କରାଯିବାର ଯୋଜନା ରହିଛି। ଯାହାଦ୍ବାରା ଗୁପ୍ତେଶ୍ୱର ପୀଠର ସଂପୂର୍ଣ୍ଣ ସୌାନ୍ଦର୍ଯ୍ୟକରଣ କରାଯିବା ସହ ଏଠାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ। ସ୍ଥାନୀୟ ଦୁରୁଆ ଜାତିର ଲୋକେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ବିଭିନ୍ନ ଦାବିକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

Spread the love