ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ, ୮ ଗୋରୁ ଉଦ୍ଧାର

ରାଇରଙ୍ଗପୁର/ହାଟବାଦଡା: ପାଟ୍ରୋଲିଂ ସମୟରେ ବେଆଇନ ଚାଲାଣ ହେଉଥିବା ୮ ଗୋରୁ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀ ନୀରଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପିଛା କରି ଆଜି ଭୋର ୪ଟା ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ରାଇରଙ୍ଗପୁର-ଯଶିପୁର ରାସ୍ତା କାଦୁଆଣୀ ଛକରେ ଯାଉଥିବା ଖବର ପାଇଥିଲା। ଘଟଣାସ୍ଥଳରେ ପହଞ୍ଚି ପିକ୍‌ଅପ୍ ଗାଡ଼ିକୁ ପୁଲିସ ଅଟକାଇ ଥିଲା । ଗାଡ଼ିକୁ ଜବତ କରିବା ସହ ୮ ଟି ଗୋରୁଙ୍କୁ ଉଦ୍ଧାର କରିଥିଲା। ଏତି ସହ ଗାଡ଼ିର ଡ଼୍ରାଇଭର ତେଣ୍ଟପୋଷି ଗ୍ରାମର ସେକ୍ ବୁଲ ମହାଜନକୁ ଅଟକ ରଖିଥିଲା। ପୁଲିସ ଗୋରୁ ସହ ପିକ୍‌ଅପ୍ ଭ୍ୟାନନକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ନେଇ ଭର୍ତ୍ତି କରିଥିଲା। ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ମାମାଲା ରୁଜୁ ହୋଇଛି। ପୁଲିସ ପାଟ୍ରୋଲିଂରେ ଏଏସ୍‌ଆଇ ବରୁଣ କୁମାର ଗିରି, ହଳଧର ନାଏକ, ସମର ଚନ୍ଦ୍ର ଓରାମ, ଅଶୋକ ମହାନ୍ତ ପ୍ରମୁଖ ସାମିଲ ଥିଲେ।

Spread the love