ନବୀନ ସରକାରଙ୍କ 5 ଟି ପ୍ରଭାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧୀ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।  ଗତ କିଛିଦିନ ତଳେ 10ରୁ ଅଧିକ ପ୍ରଶାସନିକ ଅଧିକାରୀ ତଥା ପୋଲିସ କର୍ମୀଙ୍କୁ କାର୍ଯ୍ୟରୁ ନବୀନ  ବରଖାସ୍ତ କରିଥିଲେ । ଏହି ତାଲିକାରେ ଆଜି ଆଉ 6 ଜଣ ଅଫିସର ସାମିଲ ହୋଇଯାଇଛନ୍ତି ।

ଆଜି 6 ଜଣ ଅଫିସରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଏହି ଅଧିକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନର ବିଭିନ୍ନ ବିଭାଗରେ ନିୟୋଜିତ ହୋଇଥିଲେ । ଏହି 6 ଜଣଙ୍କ ମଧ୍ୟରୁ 5 ଜଣଙ୍କର ପେନସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଧିକାରୀମାନେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିଲେ । ସେମାନଙ୍କ ବିରୋଧରେ ଦୁର୍ନୀତି ପ୍ରମାଣିତ ମଧ୍ୟ ହୋଇଥିଲା ।

ଚାକିରୀରୁ ବରଖାସ୍ତ ହୋଇଥିବା ଏହି ଅଧିକାରୀମାନେ ହେଲେ କୁଡୁମୁଲୁଗୁମ୍ମା ସହକାରୀ ପୂର୍ତ୍ତ ଯନ୍ତ୍ରୀ ରବୀନ୍ଦ୍ର ଦାସ, ଧାନକୁଡା ବ୍ଲକ ପଂଚାୟତିରାଜ ଜେଇ ବୁଦ୍ଧିରାମ ଶୁନିଆନି, ପାପଡାହାଣ୍ଡି ବ୍ଲକ ପିଏ ସୁରେଶ ମିଶ୍ର, ଅନୁଗୁଳ ଫରେଷ୍ଟ ରେଂଜ ଅଫିସର ହେମନ୍ତ ପଣ୍ଡା, ବ୍ରହ୍ମପୁର ଏନଏଚ ଡିଭିଜନ ସହକାରୀ ଇଂଜିନିୟର ପୃଥ୍ୱୀରାଜ ଲେଙ୍କା ଓ ହାଟଡିହି ଜଳସମ୍ପଦ ବିଭାଗର ଏଇ ସୁଶୀଲ ସେଠ୍ ।

Spread the love