ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତୃତ୍ୱ, ‘ପଡ଼ିବ ନାହିଁ କୌଣସି ଫରକ’ କହିଲା ବିଜେଡି’

ଭୁବନେଶ୍ୱର: ଖୁବ ସିଂହର ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପିର ଶୀର୍ଷ ନେତୃତ୍ୱ | ଜନସମ୍ପର୍କ ଓ ଜନସମ୍ବାଦ ପାଇଁ ଓଡିଶାକୁ ପ୍ରଧାନମନ୍ତ୍ରୀ ନିଜେ ଆସିବେ | ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ କହିଛନ୍ତି ଯେ ବିଗତ ୮ ବର୍ଷରେ ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ମନ ଭିତରେ ଭରଷା ବଢ଼ିଛି । ବିଶେଷ କରି ବିଶ୍ଵର ଅପ୍ରତିଦ୍ୱନ୍ଦୀ ଜନନେତା ତଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଶର ଗରିବ, ଆଦିବାସୀ, ଦଳିତ, ବଞ୍ଚିତ ବର୍ଗର ଲୋକମାନଙ୍କର ଆଶା ଓ ଭରଷା ବଢ଼ିଛି । ଓଡିଶାରେ ବି ଏ ଆଶାଭରଷା ବଢ଼ିଛି । ୧୭-୧୮ ପ୍ରତିଶତ ଭୋଟ ପାଉଥିବା ବିଜେପି ୩୫- ୪୦ ପ୍ରତିଶତ ଭୋଟ ଆଡକୁ ନିଜର ଦକ୍ଷତା ହାସଲ କରିସାରିଛି । ଏହାକୁ ଆଗାମୀ ନିର୍ବାଚନଗୁଡ଼ିକରେ ଆହୁରି ଲୋକଙ୍କ ଆଶୀର୍ବାଦ ବଢୁ । ଏଥିପାଇଁ ବିଜେପି ବିଗତ ୯ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ । ଏହାର ନେତୃତ୍ୱ ଦେଶରେ ନିଜେ ପ୍ରଧାନମନ୍ତ୍ରୀ ନେବେ । ତେଣୁ ଜନସମ୍ପର୍କ ଓ ଜନସମ୍ବାଦ ପାଇଁ ଓଡିଶାକୁ ପ୍ରଧାନମନ୍ତ୍ରୀ ନିଜେ ଆସିବେ । ଦେଶର ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଓଡିଶା ଆସିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି | ଦଳର ଅନ୍ୟ ରାଷ୍ଟ୍ରୀୟ ନେତାମାନେ ମଧ୍ୟ ଓଡିଶାକୁ ଆସିବେ ।
ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହା ଦିଲ୍ଲୀରେ ଅଛନ୍ତି | ଦିଲ୍ଲୀକୁ ଯେଉଁମାନେ ଭରସା କରୁଛନ୍ତି ଦିଲ୍ଲୀ ଏମସିଡ଼ି ନିର୍ବାଚନରେ ଲୋକମାନେ ଦେଖେଇ ଦେଇଛନ୍ତି ଦିଲ୍ଲୀ କଣ ? ଓଡିଶାର ସମସ୍ତ ଉପ ନିର୍ବାଚନରେ ବିଜେଡି ଜିତିଛି କେବଳ ଏକ ମାତ୍ର ବ୍ୟତିକ୍ରମ ଥିଲା | ଓଡିଶାରେ ଏକପାଖିଆ ନିର୍ବାଚନ ହେଉଛି, ଲୋକଙ୍କ ସମର୍ଥନ ବଢୁଛି | ଏହି ଦୃଷ୍ଟିରୁ ଦେଖିଲେ ଯେଉଁମାନେ କହୁଛନ୍ତି ବିଜେପି ପ୍ରତି ସମର୍ଥନ ବଢୁଛି, ସେମାନେ ଭିନ୍ନ ରାଜ୍ୟରେ ଅଛନ୍ତି ଓଡିଶା ପ୍ରତି ସେମାନଙ୍କ କୌଣସି ସମ୍ପର୍କ ନାହିଁ | ମୋଦୀ, ଶାହାଙ୍କ ଗସ୍ତର କୌଣସି ଫରକ ପଡ଼ିବନି | ସେ ଦିଲ୍ଲୀ ଦିଲ୍ଲୀ ହୋଇ ଯିବେ ଓଡିଶା ଲୋକେ ନବୀନ ପଟ୍ଟନାୟକଙ୍କୁ ଆଗରେ ରଖିବେ |

Spread the love