ସମ୍ଭାଳି ପାରୁନାହାନ୍ତି ରାଜଧାନୀକୁ, ବଦଳିବେ ୭ ଥାନା ଇନ୍ସପେକ୍ଟର

ରାଜଧାନୀର ୭ ଥାନା ଇନ୍ସପେକ୍ଟରଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା। ଯେ କୌଣସି ମୁହୂର୍ତରେ ସେମାନଙ୍କ ବଦଳି କଟକ କିମ୍ବା ଅନ୍ୟ ଜିଲ୍ଲାକୁ ହୋଇ ପାରେ। ଏଭଳି ଚର୍ଚା ଏବେ କମିସନରେଟ ପୁଲିସ ମହଲରେ ଆରମ୍ଭ ହୋଇ ଗଲାଣି। କାହାର ବଦଳି କଟକକୁ ହେବ, କାହାକୁ ଜିଲ୍ଲା ପାର କରାଯିବ, କେଉଁମାନେ କଟକରୁ ଭୁବନେଶ୍ବର ଆସିବେ ସେ ନେଇ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ ଆରମ୍ଭ କରିଛନ୍ତି।ତେବେ ଏସବୁ ବଦଳି ପଛର କାରଣ ହେଉଛି ମାସକ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁଯାୟୀ ଅଭିଯୋଗକାରୀମାନେ ଥାନା ଇନ୍ସପେକ୍ଟରଙ୍କୁ ଦେଇଥିବା ମାର୍କ, ଏକାଧିକ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ, କେତେକ ଇନ୍ସପେକ୍ଟର ରାଜଧାନୀରେ କାମ ନ କରିବାର ଅସମର୍ଥତା ଦେଖାଇ ନିଜ ଆଡୁ ବଦଳି ପାଇଁ ହାତ କାଟି ଲେଖି ଦେବା।

Spread the love