ବିଶ୍ୱ ତୁଳନାରେ ଭାରତରେ ରହିଛନ୍ତି ସର୍ବାଧିକ ମହିଳା ପାଇଲଟ

ଭାରତୀୟ ବିମାନସେବା କ୍ଷେତ୍ରରେ ସବୁଠାରୁ ଆଗରେ ଥିବା ଏୟାର ଇଣ୍ଡିଆ ଦାବି କରିଛି କି ଦେଶରେ ଥିବା ଅନ୍ୟ ବିମାନସେବା କମ୍ପାନୀମାନଙ୍କ ତୁଳନାରେ ଏୟାର ଇଣ୍ଡିଆରେ ସର୍ବାଧିକ ମହିଳା ବିମାନ ଚାଳକ ରହିଛନ୍ତି । କମ୍ପାନୀ ଦାବି କରିଛି ଏୟାର ଇଣ୍ଡିଆରେ ଥିବା ମୋଟ ବିମାନ ଚାଳକଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା ବିମାନ ଚାଳକ ରହିଛନ୍ତି । ଏୟାର ଇଣ୍ଡିଆ ପାଖରେ ଏବେ ମୋଟ ୧୮୨୫ଜଣ ବିମାନ ଚାଳକ ରହିଛନ୍ତି । ସେପଟେ ମହିଳା ପାଇଲଟ ମାମଲାରେ ଶୀର୍ଷରେ ରହିଛି ଭାରତ । ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଏୟାରଏସିଆ ଇଣ୍ଡିଆ ତରଫରୁ ୯୦ ରୁ ଅଧିକ ଏଭଳି ଉଡାଣ ସଂଚାଳନ ଆରମ୍ଭ କରିଛି ଯେଉଁଥିରେ ଚାଳକ ଦଳର ସମସ୍ତ ସଦସ୍ୟ ମହିଳା ଅଟନ୍ତି । କମ୍ପାନୀ ତରଫରୁ ଗୋଟିଏ ବୟାନରେ କୁହାଯାଇଛି କି, ସମ୍ପୂର୍ଣ୍ଣ ଭାବେ ମହିଳା ଚାଳକଙ୍କ ଦ୍ୱାରା ସମସ୍ତ ୯୦ଟି ଉଡାଣରେ ଏୟାର ଇଣ୍ଡିଆ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ମାର୍ଗରେ ୪୦ଟି ଉଡାଣର ସଂଚାଳନ କରୁଛନ୍ତି । ସେହିଭଳି ଏୟାର ଇଣ୍ଡିଆ ଏକ୍ସପ୍ରେସ୧୦ ଟି ଅନ୍ତର୍ଜାତୀୟ ଉଡାଣ ଓ ଏୟାରଏସିଆ ଇଣ୍ଡିଆ ୪୦ରୁ ଅଧିକ ଘରୋଇ ଉଡାଣ ମହିଳା ଚାଳକଙ୍କ ଦ୍ୱାରା ସଂଚାଳିତ କରୁଛି ।

ଏୟାର ଲାଇନ୍ସ ତରଫରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି କି ଏୟାର ଇଣ୍ଡିଆର ମୋଟ କର୍ମଚାରୀ ମଧ୍ୟରୁ ୪୦ ପ୍ରତିଶତ ମହିଳା । ଏହି କ୍ରମରେ ମୋଟ ୧୮୨୫ ପାଇଲଟଙ୍କ ମଧ୍ୟରୁ ୨୭୫ ଜଣ ମହିଳା । ଯାହାକି ମୋଟ ପାଇଲଟଙ୍କର ୧୫ ପ୍ରତିଶତ ଅଟେ । କମ୍ପାନୀର ସିଇଓ ଓ ପ୍ରବନ୍ଧ ନିର୍ଦ୍ଦେଶକ କେମ୍ପବେଲ ବିଲସନ୍ କହିଛନ୍ତି କି ମହିଳା ପାଇଲଟ ମାମଲାରେ ଭାରତ ସବୁଠାରୁ ଆଗରେ ରହିଛି ।

Spread the love