ମାର୍ଚ୍ଚ ଆରମ୍ଭରୁ ବଢିଲାଣି ତାତି : ଉତ୍ତାପକୁ ସହିନପାରି ଜନବସତି ମୁହାଁ ବନ୍ୟଜନ୍ତୁ

 ମାର୍ଚ୍ଚ ମାସ ଆରମ୍ଭରୁ ତାତି ବଢିବାକୁ ଲାଗିଲାଣି । ଆଉ ତାତି ବଢିବା ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗୁଛି ନିଆଁ । ଯେଉଁଥିପାଇଁ ଏହି ନିଆଁର ଉତ୍ତାପକୁ ସହିନପାରି ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଓଡିଶାରେ ଜଙ୍ଗଲ ଭୟଙ୍କର ଭାବେ ଜଳୁଛି ବୋଲି ନିକଟରେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ କହିଥିଲା । ଜଙ୍ଗଲ ନିଆଁ ପ୍ରଭାବରେ ଅନେକ ସମୟରେ ହରିଣ, ହାତୀ, ପକ୍ଷୀମାନେ ଗାଁ ମୁହାଁ ତ ଆଉ କେତେବେଳେ ରାସ୍ତା ଉପରକୁ ଚାଲିଆସୁଥିବାର ଚିତ୍ର ଆସୁଛି । ମାଲକାନଗିରି ଜିଲା ମାଥିଲି ବ୍ଲକରେ ଗତକାଲି ରାତିରେ ହଠାତ ଜଙ୍ଗଲ ଆଡୁ କେନ୍ଦୁଗୁଡା ଗାଁ କୁ ଚାଲିଆସିଥିଲା ଏକ ହରିଣ । ହରିଣଟି ଜଣେ ଲୋକଙ୍କ ଘରେ ପଶି ରହିଥିଲା ।
ସକାଳେ ଗାଁ ଲୋକେ ଏ ନେଇ ମାଥିଲି ବନ ବିଭାଗକୁ ଖବର ଦେବାପରେ ହରିଣଟି ଉଦ୍ଧାର ହୋଇଥିଲା । ସେହିପରି ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳ ମଧ୍ୟ ଏବେ ନିଆଁ କବଳରେ । ସୂଚନା ଅନୁସାରେ ଏହି ଜଙ୍ଗଲ ମୟୁରଙ୍କ ପାଇଁ ଅବାଧ ବିଚରଣସ୍ଥଳୀ ଭାବେ ପରିଚିତ । କିନ୍ତୁ ଜଙ୍ଗଲ ଜଳୁଥିବାରୁ ମୟୁରମାନେ ମୁଖ୍ୟରାସ୍ତା ଉପରକୁ ଆସି ବୁଲୁଛନ୍ତି । ସେହିପରି ଗତକାଲି ଶିଖରଚଣ୍ଡି ପାହାଡରେ ନିଆଁ ଲାଗିବା ସମୟରେ ଚନ୍ଦକା ହାତୀ ଜନବସତୀ ମୁହାଁ ହୋଇଥିଲେ । ଜଙ୍ଗଲରେ ନିଆଁ ଲାଗିବା ପରେ ଜୈବ ବିବିଧତା ଉପରେ ଗଭୀର ପ୍ରଭାବ ପଡୁଥିବାବେଳେ ଜୀବଜନ୍ତୁଙ୍କ ସ୍ୱାଧୀନତା ପ୍ରତି ମଧ୍ୟ ସମସ୍ୟା ଆଣିିଛି ।

Spread the love