ରାମନବମୀରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ
ରାମନବମୀ। ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରୁ ଜନ୍ମ ନେଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ସତ୍ୟ ଯୁଗରେ ରାଜା ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ପରେ ଏହି ପର୍ବ ପାଳନ କରାଯାଉଛି। ଏହି କାରଣରୁ ରାମନବମୀ ଦିନ ଭଗବାନ ଶ୍ରୀରାମ ଏବଂ ରାମାୟଣ ପୂଜା କରିବା ସହ ଭୋଗ ମଧ୍ୟ ଲଗାଯାଇଥାଏ। ରାମନବମୀ ଦିନ ଭଗବାନ ଶ୍ରୀରାମଙ୍କ ଉପାସନା କରାଯାଇଥାଏ। ଏହିଦିନ ରାମାୟଣ ପାଠ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିସହ ରାମ ମନ୍ଦିରରେ ଅତ୍ୟନ୍ତ ଆନଦ ଉଲ୍ଲାସର ସହ ଭଜନ କୀର୍ତ୍ତନ କରାଯିବା ପରେ ଭଗବାନ ନଗର ପରିକ୍ରମାରେ ବାହାରିଥାନ୍ତି।ସନାତନ ସମ୍ପ୍ରଦାୟର ଲୋକମାନେ ରାମନବମୀ ପର୍ବ ପାଳନ କରିଥାନ୍ତି। ମାନ୍ୟତା ରହିଛି ଭକ୍ତିର ସହ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ରୋଗ ଦୂର ହୋଇଥାଏ। ଏହିକାରଣରୁ ରାମନବମୀ ଦିନ ଶ୍ରୀରାମଙ୍କ ମନ୍ଦିରରେ ଭଗବାନଙ୍କୁ ପୂଜା କରିବା ସହ ଭୋଗ ଲଗାଇ ପ୍ରସାଦ ବାଣ୍ଟନ୍ତୁ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନଙ୍କ ନିକଟରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।