ବୁଝାମଣା ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ

ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ ।ବୁଝାମଣା ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା। ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଫଳରେ ବଜାରରେ ଏକପ୍ରକାର ହାହାକର ପରିସ୍ଥିତି ଦେଖାଦେଇଥିଲା।ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ କମି ଅନୁଭବ ହୋଇଥିଲା। ପେଟ୍ରୋଲ ପମ୍ପ ଖାଲି  ଓ ଗମାନାଗମନ ବି ଏକ ପ୍ରକାର ଠପ ହୋଇଯାଇଥିଲା।

ଗତକାଲି ମୁଖ୍ୟ ଶାସନ ସଚିବ ମହାସଂଘ ସହ ଆଲୋଚନା କରି ୩ ମାସ ଭିତରେ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରିନଥିଲା ମହାସଂଘ । ଅନକେ ଜାଗାରେ ଆନ୍ଦୋଳନକୁ ଅତି ତୀବ୍ରତର କରିଥିଲା ସଂଘ। ଯାହା ଫଳରେ ପୋଲିସ ଓ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ପୂନର୍ବାର ମହାସଂଘ ସହ ମୁଖ୍ୟଶାସନ ସଚବ କଥା ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।

Spread the love