ରାମ ନବମୀ ପୂର୍ବରୁ ଭଦ୍ରକରେ ଫ୍ଲାଗ ମାର୍ଚ୍ଚ : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପବିତ୍ର ରାମ ନବମୀ ଉତ୍ସବ ପୂର୍ବରୁ ଭଦ୍ରକ ରେ ରେପିଡ଼ ଆକ୍ସନ ଫୋର୍ସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ । ଆସନ୍ତା ୩୦ ତାରିଖ ଦିନ ଭଦ୍ରକରେ ହେବାକୁ ଥିବା ରାମ ନବମୀ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ରାପିଡ଼ ଆକ୍ସନ ଫୋର୍ସର ଦୁଇଟି ଟିମ ପକ୍ଷରୁ ଭଦ୍ରକ ସହରରେ କରାଯାଇଛି ଫ୍ଲାଗମାର୍ଚ୍ଚ  । ସେହିପରି ଆଜି ସନ୍ଧ୍ୟାରେ ପୁରୁଣାବଜ଼ାର ଅଞ୍ଚଳରେ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯିବ ବୋଲି କହିଛନ୍ତି ସିଟି ଡିଏସପି । ରାମ ନବମୀରେ ସମସ୍ତେ ଭାଇଚାରା ବଜାୟ ରଖିବା ସହିତ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରଖିବାକୁ ରାପିଡ଼ ଆକ୍ସନ ଫୋର୍ସର ଅଧିକାରୀ  ନିବେଦନ କରିଛନ୍ତି ।

Spread the love