ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ପ୍ରତିମାସ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଥାଏ । ଏହି କ୍ରମରେ ଏବେ ରିଜର୍ଭ ବ୍ୟାଙ୍କ ତରଫରୁ ଏପ୍ରିଲ ମାସରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ ପାଇଛି । ଏପ୍ରିଲ ମାସରେ ଦେଶରେ ଅନେକଗୁଡିଏ ପର୍ବ ରହିଛି । ଏଭଳି ଭାବେ ଏପ୍ରିଲମାସରେ ମୋଟ ୧୫ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ ଥାଏ ତେବେ ତୁରନ୍ତ ମେଣ୍ଟାଇ ନିଅନ୍ତୁ । ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ଏପ୍ରିଲ ମାସରେ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ଗୁଡିକ ମୋଟ ୧୫ ଦିନ ଛୁଟି ରହିବ । ଏବେ ଆସନ୍ତୁ ଜାଣିବା ଏପ୍ରିଲ ମାସର କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ? ଏପ୍ରିଲ ପହିଲାରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ସେଦିନ ବ୍ୟାଙ୍କ ଖୋଲା ରହିଲେ ବି ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ ।

ସେହିଭଳି ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୮ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ଏପ୍ରିଲ ୧୪ ତାରିଖରେ ଡ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୫ ତାରିଖରେ ବିଶୁ/ବଙ୍ଗାଳୀ ନବବର୍ଷ/ ବୋହାଗ ବିହୁ ଓ ହିମାଚଳ ଦିବସ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ ୧୬ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ଶବ-ଏ-କଦ୍ର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ତାରିଖରେ ଇଦ-ଓଲ-ଫିତର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୨ ରେ ରମଜାନ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୩ ଓ ୩୦ ତାରିଖରେ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।

Spread the love