ନବୀନଙ୍କ ଜାପାନ ଗସ୍ତ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ପାଇଁ ଖୋଲିବ ବାଟ : ଦେବୀ ପ୍ରସାଦ ମିଶ୍ର

ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ କରିବେ ଆଲୋଚନା । ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଜାପାନ ଯିବେ ଏହା ଅତି ଖୁସିର କଥା । ପୂର୍ବରୁ ଜାପାନରୁ ଆସିଥିବା ପୁଞ୍ଜି ଶିଳ୍ପ କ୍ଷେତ୍ରକୁ ଛାଡି ଅନ୍ୟ କିଛି କ୍ଷେତ୍ରରେ ବିନିଯୋଗ ହୋଇଛି । ତେଣୁ ଏବେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଜାପାନ ଗ୍ରୁପକୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ୨୦୧୦ ଓ ୨୦୧୫ରେ ଜାପାନ ଗ୍ରୁପ ଓ ନିବେଶକଙ୍କ ସହ ଆଲୋଚନା ହୋଇଥିଲା । ଜାପାନରେ ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ଶିଳ୍ପ ଅଛି। ଆଉ ସେଠାରୁ ନିବେଶକ ଆସି ନିବେଶ କଲେ କ୍ଷୁଦ୍ର ଶିଳ୍ପ ସଂସ୍ଥା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବ ନେଉଛନ୍ତି ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ। ତେଣୁ ଏହି ଗସ୍ତରୁ ଓଡ଼ିଶା ଲାଭ ପାଇବ । ବିଦେଶରୁ ପୁଞ୍ଜି ଆଣିବାରେ ଦେଶରେ ୩ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶ ଓଡ଼ିଶା ବଡ ସଫଳତା ପାଇଛି। ଆମେ ନୂଆ ଶିଳ୍ପ ନୀତି ଆଣିଛୁ ବୋଲି କହିଛନ୍ତି ଦେବୀପ୍ରସାଦ ମିଶ୍ର ।

ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ଆଲୋଚନା କରୁଛନ୍ତି । ଏଥିପାଇଁ ଓଡ଼ିଶା ଲଗାତାର ମେକ୍ ଇନ ଓଡ଼ିଶା କନକ୍ଲେଭ କରୁଛି । ପ୍ରତି କନକ୍ଲେଭରେ ନିବେଶ ପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରୁ ଅନେକ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ କିଛି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେଲାଣି । ଏପରିକି ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି । ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ନୂଆ ଶିଳ୍ପ ନୀତି ଅଣାଯାଇଥିବା କହିଛନ୍ତି ଦେବୀ ମିଶ୍ର ।

Spread the love