ପ୍ରସିଦ୍ଧ ରାମ ନବମୀ ମହୋତ୍ସବ ପାଇଁ ଆରଡ଼ି ଆଖଣ୍ଡଳମଣି ପୀଠରୁ ଗଲା ଆଜ୍ଞା ମାଳ

ପ୍ରସିଦ୍ଧ ରାମନବମୀ ମହୋତ୍ସବ ପାଇଁ ସାରା ଭଦ୍ରକ ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି। ପ୍ରତ୍ୟେକ ଦିନ ଶୋଭାଯାତ୍ରା ସହ ବିଭିନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଆରଡ଼ି ଆଖଣ୍ଡଳମଣି ପୀଠରୁ ଆଜ୍ଞା ମାଳ ଯାଇଛି ଭଦ୍ରକକୁ। ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା ପରେ ଜୀବନାନନ୍ଦ ପାଢ଼ୀ ସେବାୟତ ଉକ୍ତ ଆଜ୍ଞା ମାଳ ଥାଳିକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ବେଢା ପରିକ୍ରମା କରିଥିଲେ। ଘଣ୍ଟା କୀର୍ତ୍ତନ ଶୋଭାଯାତ୍ରାରେ ଆରଡ଼ି ପୀଠ ପରିକ୍ରମା କରିବା ପରେ ଏକ ସୁସଜିତ ରଥରେ ଆଜ୍ଞା ମାଳ ଭଦ୍ରକ ଅଭିମୁଖେ ଯାଇଥିଲା। ଏହି ଶୋଭାଯାତ୍ରା ରେ ଶହ ଶହ ରାମ ଭକ୍ତ ସାମିଲ ହୋଇଥିଲେ।

Spread the love