ରାଜ୍ୟରେ ଅଛନ୍ତି ୨୮ ମହାବଳ ଓ ୭୬୦ କଲରା ପତରିଆ ବାଘ

ରାଜ୍ୟରେ ଅଛନ୍ତି ୨୮ଟି ମହାବଳ ଓ ୭୬୦ଟି କଲରା ପତରିଆ ବାଘ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତୋଟି ବାଘ ଶିକାରୀଙ୍କ ଶିକାର ହୋଇଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଛନ୍ତି, ୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀ ଦ୍ଵାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ ଟି କଲରାପତରିଆ ବାଘ ମରିଥିବା ବେଳେ ୨୬ ଟି ର ଶିକାରୀ ଦ୍ଵାରା ମୃତ୍ୟୁ ଘଟିଛି।

Spread the love