ବିବାଦରେ ଅକ୍ଷୟ ପରିଜା : ଚୁକ୍ତି କରି ଟଙ୍କା ଦେଉନଥିବା ଅଭିଯୋଗ ଆଣିଲେ କଳାକାର

ପୁଣି ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା । ଅକ୍ଷୟ ପରିଜାଙ୍କ ବିରୋଧରେ ମାତିଲେ କଳାକାର । ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆମିଛନ୍ତି କଳାକାର ।

ଭୁବନେଶ୍ୱର କଣ୍ଟାବାଡରେ ସୁଟିଂ ଚାଲିଥିବା ବେଳେ କଳାକାର ପହଞ୍ଚି ହଙ୍ଗାମା କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏନେଇ ଜଣେ କଳାକାର କ୍ୟାମେରା ଆଗରେ କହିଛନ୍ତି, ଆମ ସୁଟିଂ ସରିବା ପାଖାପାଖି ଅଢେଇ ମାସ ଟପିଗଲାଣି । ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସର ଟଙ୍କା ଏପର୍ଯ୍ୟନ୍ତ ମିଳିପାରିଲାନି । ଦୀର୍ଘ ଦିନ ଅପେକ୍ଷା ପରେ ମାର୍ଚ୍ଚ ୧୬ରେ ସାକଙ୍କ ଅଫିସକୁ ଯାଇଥିଲୁ । ସେଠାରେ ସାର କହିଲେ ମୋର ଅନେକ ଲସ୍ ହୋଇଛି । ଆଉ ୧୫ଦିନ ଅପେକ୍ଷା କରିନିଅ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ମିଳିଲାନି । ଆଉ ଅଧିକ ସମୟ ଦେଇହେବନି

Spread the love