ସଂସଦୀୟ ଦଳ ବୈଠକରେ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର

ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଟିର ନେତାଙ୍କୁ କହିଛନ୍ତି କି, ଆଗାମୀ ଦିନରେ ମଜବୁତ ଲଢେଇ ହେବାକୁ ଯାଉଛି ଓ ଏଥିପାଇଁ ସମସ୍ତେ ପ୍ରସ୍ତୁତ ରୁହ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ କି ପାର୍ଟି ଯେତେ ସଫଳତାର ପାହାଚ ଚଢିବ ବିରୋଧୀମାନେ ସେତେ ଆକ୍ରମଣର ଗତି ତୀବ୍ର କରିବେ । ସଂସଦ ପରିସରରେ ଆୟୋଜିତ ଏହି ବୈଠକରେ ପ୍ରଥମେ ୩ଟି ରାଜ୍ୟରେ ବିଜେପିର ବିଜୟ ପାଇଁ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ସରକାରଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଂଚାଇବାକୁ ସାଂସଦମାନେ ଲୋକଙ୍କ ପାଖକୁ ଯିବା ଆବଶ୍ୟକ ବୋଲି କହିଛନ୍ତି । ଏହାସହ ମେ’୧୫ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ସମସ୍ତ ସାଂସଦ ନିଜ ନିଜ ସଂସଦୀୟ କ୍ଷେତ୍ରକୁ ଯାଇ ଲୋକଙ୍କ ସହ ମିଶିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି ଲୋକସଭା ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ରହିଛି । ଏହି କ୍ରମରେ ଏବେ ବିରୋଧୀଦଳମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ବସିଥିବା ବେଳେ ବିଜେପି ଜନତାଙ୍କ ନିକଟରେ ସରକାରଙ୍କ ଦ୍ୱାରା କରାଯାଉଥିବା କାମକୁ ନେଇ ପହଂଚାଇବାକୁ ପ୍ରୟାସ ଆରମ୍ଭ କରିଛି ।

ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଅଯୋଗ୍ୟ ଘୋଷିତ ହୋଇଛି । ଏହାକୁ ନେଇ ବିରୋଧୀଦଳମାନେ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସାରା ଦେଶରେ ବିରୋଧୀମାନେ ରାହୁଲ ଗାନ୍ଧୀଙ୍କ ମାମଲାରେ ବିକ୍ଷୋଭ କରୁଛି । ଏହାକୁ ରାହୁଲ ଗାନ୍ଧୀଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ଉପରେ ବିଜେପିର ଆକ୍ରମଣ ବୋଲି ବିରୋଧୀ ପ୍ରସଙ୍ଗ କରିଛି ।

Spread the love