୧୩ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକଙ୍କ ବୈଠକ

ଶୀତ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ବିଜେଡି ବିଧାୟକଙ୍କ ବୈଠକ । କାରଣ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରିବାକୁ ଅନେକ ବିଷୟ ଅସ୍ତ୍ର ରୂପେ ପ୍ରସ୍ତୁତ କରିଛନ୍ତି । ନବୀନ ବାବୁଙ୍କ ପଞ୍ଚମ ପାଳି ସରକାରରେ ଅନେକ ନୂଆମୁହଁକୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଗତ ଅଧିବେଶନରେ ସେମାନଙ୍କ ମଧ୍ୟରୁ କିଛି ମନ୍ତ୍ରୀ ଠିକ ଭାବେ ଡାଟା ସଂଗ୍ରହ ନକରି ବିଧାନସଭାରେ ସମାଲୋଚନାର ଶିକାର ହୋଇଥିଲେ । ତେଣୁ ଏଥର ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେଡି ବିଧାୟକଙ୍କ ବୈଠକ ଡାକିଛନ୍ତି ।

Spread the love