କେଶ ଝଡ଼ିବା ସମସ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ କସୁରୀ ମେଥି…ଜାଣନ୍ତୁ ଫାଇଦା

ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଁ ହେଉ କି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତା, କସୁରୀ ମେଥିର ବ୍ୟବହାର ପ୍ରତ୍ୟେକଙ୍କ ଘରେ କରାଯାଇଥାଏ। କସୁରୀ ମେଥିରେ କ୍ୟାଲସିୟମ୍‌, ଆଇରନ, ଭିଟାମିନ-ସି ବ୍ୟତୀତ କାର୍ବୋହାଇଡ୍ରେଟ୍‌ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଭରପୂର ମାତ୍ରାରେ ରହିଛି, ଯାହାକି ଆମ ଶରୀରକୁ ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ଏଥି ସହିତ ତ୍ୱଚା ଏବଂ କେଶଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

କସୁରୀ ମେଥିରେ ଥିବା ହିଲିଙ୍ଗ୍‌ ଇଫେକ୍ଟ ଶରୀରର ଫୁଲା ଏବଂ ଯନ୍ତ୍ରଣାରେ ଉପଶମ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା, ବିଭିନ୍ନ ଗୁଣରେ ଭରପୂର କସୁରୀ ମେଥିକୁ ପ୍ରତିଦିନ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିପାରିବ।

ପ୍ରଥମତଃ କସୁରୀ ମେଥିକୁ ନିୟମିତ ରୂପେ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ, ଡାଇରିଆ, ଏସିଡିଟି ଏବଂ ପେଟଜନିତ ସମସ୍ୟାରୁ ଆରାମ ମିଳିଥାଏ। ଏତିକି ନୁହେଁ, କସୁରୀ ମେଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଭିଟାମିନ୍‌-ସି ଗୁଣ ପେଟର ଆଲର୍ଜିକୁ ମଧ୍ୟ କମାଇଥାଏ। ତା’ ଛଡ଼ା ପେଟ ସଂକ୍ରମଣକୁ ବି ଦୂର କରିଥାଏ।

କସୁରୀ ମେଥିରେ ଭିଟାମିନ୍‌-ସି ଏବଂ ଆଇରନ ଭରପୂର ମାତ୍ରାରେ ଥିବାରୁ ଏହା ତ୍ୱଚାକୁ ସୁରକ୍ଷିତ ରଖିଥାଏ। କୌଣସି ସଂକ୍ରମଣ ହେବାକୁ ଦେଇ ନ ଥାଏ। ଏତଦ୍‌ ବ୍ୟତୀତ ସେହି ସବୁ ବ୍ୟାକ୍ଟେରିଆଗୁଡ଼ିକୁ ମଧ୍ୟ ଏହା ନଷ୍ଟ କରିବାରେ ସାହାଯ୍ୟ କରିଥାଏ, ଯାହାକି ଆଖି ତଳ କଳାଦାଗ, ବ୍ରଣ ଏବଂ ନାଲି ଦାଗ ଭଳି ସମସ୍ୟାର କାରଣ ସାଜିଥାଏ।

କେଶ ପାଇଁ ମଧ୍ୟ କସୁରୀ ମେଥି ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଇରନ ଏବଂ କାର୍ବୋହାଇଡ୍ରେଟ୍‌ କେଶର ମୂଳକୁ ଶକ୍ତ ରଖିଥାଏ। ଏଥିସହ ମୁଣ୍ଡ ତ୍ୱଚାରେ କୁଣ୍ଡାଇ ହେବା ସମସ୍ୟା କମି ଯାଇଥାଏ। ଏହାକୁ ନିୟମିତ ରୂପେ ଉପଯୋଗ କଲେ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ। କସୁରୀ ମେଥି କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ବି ସାହାଯ୍ୟ କରିଥାଏ।

କସୁରୀ ମେଥିରେ ହିଲିଙ୍ଗ୍‌ ଇଫେକ୍ଟ ରହିଛି, ଯାହା ଗ୍ଲୁକୋଜ ମେଟାବଲିଜମ୍‌କୁ ନିୟନ୍ତ୍ରଣରେ ରଖେ। ଏହା ଏକ ଆଣ୍ଟି-ବାୟୋଟିକ୍‌ ଏଲିମେଣ୍ଟ ଭଳି କାମ କରିଥାଏ, ଯାହାକି ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ।

Spread the love