ଜଳକୁ ନେଇ କିଛି ଅଜଣା କଥା ଜାଣନ୍ତୁ…

ଜଳ ହିଁ ଜୀବନ । ଜଳ ବିନା ସୃଷ୍ଟି ଅସମ୍ଭବ । ଜଳ ଆମକୁ ଜୀବନ ଦେବା ସହ ଏହା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠିବା ସମ୍ଭବ ହୋଇପାରିଛି । କିନ୍ତୁ ପାଣି ବିଷୟରେ ଏମିତି କିଛି ରୋଚକ କଥା ହୁଏତ ଆପଣ ଜାଣି ନଥିବେ । ତେବେ ଆସନ୍ତୁ ସେ ଉପରେ ଏକ ଦୃଷ୍ଟି ପକାଇବା |

୧. ପ୍ରତି ମଣିଷ ଶରୀରରେ ପ୍ରାୟ ୫୦ ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଛି ।

୨. ଆପଣ ଜାଣି ଆଶ୍ଚଯ୍ୟ ହେବେ ନବଜାତକଙ୍କ ଶରୀରରେ ୭୮ ପ୍ରତିଶତ ରୁ ବି ଅଧିକ ଜଳ ଥାଏ ।

୩.ଗୋଟେ ଗାଲୋନ ପାଣିର ଓଜନ ୮.୩୪ ପାଉଣ୍ଡ ହୋଇଥାଏ । ଗୋଟେ ଘନ ଫୁଟ ଜଳର ଓଜନ ୬୨.୪ ପାଉଣ୍ଡ ହୋଇଥାଏ ।

୪. ଗୋଟେ ଲିଟର ପାଣିର ଓଜନ ୧ କିଲୋ ହିଁ ହୋଇଥାଏ । ଗୋଟେ କ୍ୟୁବିକ ମିଟର ଜଳର ଓଜନ ଗୋଟେ ଟନ ହୋଇଥାଏ ।

୫. ଗୋଟେ ଇଞ୍ଚ ଉଚ୍ଚତାର ଜଳ ଯଦି ଗୋଟିଏ ଏକର ଜାଗାରେ ମାଡି ହୋଇରହିଥାଏ । ତେବେ ତାହାର ଓଜନ ୧୧୩ ଟନ ହୋଇଥାଏ ।

୬. ପୃଥିବୀ ପୃଷ୍ଠର ଦୁଇ ତୃତୀୟାଂଶରୁ ଅଧିକ ବା ୭୦ ପ୍ରତିଶତ ସ୍ଥାନ ଜଳ ଦ୍ୱାରା ହିଁ ଛାଇ ହୋଇରହିଥାଏ ।

୭. ବିଶ୍ୱରେ ଥିବା ସମୁଦାୟ ଜଳର ୯୭ ପ୍ରତିଶତ ହେଉଛି ଲୁଣି ଜଳ । ହ୍ରଦ, ନଦୀ, ପୋଖରୀ, ବିଭିନ୍ନ ଗର୍ତ୍ତ ମାନଙ୍କରେ ମାତ୍ର ୦.୩ ପ୍ରତିଶତ ମଧୁର ଜଳ ଅଛି ।

୮. ଯଦି ପୃଥିବୀର ସବୁ ନଦୀର ଜଳକୁ ଏକାଠି କରାଯାଏ ତେବେ ତାଠାରୁ ବି ଅଧିକ ଜଳ ଆଟମୋସ୍ଫଏର ହିଁ ଅଛି ।

୯. ଯଦି ପୃଥିବୀ ପୃଷ୍ଠର ସବୁ ଜଳୀୟ ବାଷ୍ପକୁ ଏକାଠି ଜଳରେ ପରିଣତ କରି ପୃଥିବୀ ପୃଷ୍ଠରେ ଢଳାଯାଏ ତେବେ ୧ ଇଞ୍ଚ ଉଚ୍ଚତାର ଜଳର ଏକ ସ୍ତର ସୃଷ୍ଟି ହେବ ।

୧୦. ବଜାରରେ ବିକ୍ରି ହେଉଥିବା ପିଇବା ପାଣିର ଏକ ଚତୁର୍ଥାଂଶରୁ ବି ଅଧିକ ମୁନିସିପାଲ ପାଣିରୁ ହିଁ ଆସିଥାଏ ।

୧୧. ଗୋଟେ ବର୍ଷରେ ସମସ୍ତ ଆମେରିକାବାସୀ ପ୍ରାୟ ୧ ଲକ୍ଷ ଗାଲୋନ ପାଣି ବ୍ୟବହାର କରିଥାନ୍ତି ।

୧୨. ପ୍ରତିଦିନ ଗୋଟେ ଟଏଲେଟରେ ପ୍ରାୟ ୨୦୦ ଗାଲୋନ ପାଣି ବ୍ୟବହାର କରିଥାନ୍ତି ।

୧୩. ଗୋଟିଏ ଗାଧୁଆରେ ଆମେ ପ୍ରାୟ ୭୦ ଗାଲୋନ ପାଣିର ବ୍ୟବହାର କରିଥାଉ । ଗୋଟେ ଥରର ୫ ମିନିଟ ଗାଧୁଆରେ ୧୦ ରୁ ୨୫ ଗାଲୋନ ପାଣି ବ୍ୟବହାର କରିଥାଉ ।

୧୪. ଏଯାବତ ପୃଥିବୀର ୭୪୮ ମିଲିୟନରୁ ବି ଅଧିକ ଲୋକ ସହଜରେ ପିଇବା ପାଣି ପାଇଥାନ୍ତି ।

୧୫.ଏପଯ୍ୟନ୍ତ ପୃଥିବୀ ପୃଷ୍ଠର ୨.୫ ବିଲିୟନ ଲୋକ ଭଲ ସାନିଟେସନର ସୁବିଧା ପାଇ ପାରିନାହାନ୍ତି ।

Spread the love